ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

ଭୁବନେଶ୍ବର : ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ଏ ନେଇ ଶଙ୍ଖ ଭବନରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରତାପ ଜେନା, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସାହୁ । ସେ କହିଛନ୍ତି, ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି । କାରଣ ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାର ବ୍ୟାକ୍‌ ଫୁଟ୍‌ରେ । ବିଧାନସଭା ଅଧିବେଶନ ଡାକନ୍ତୁ । ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ବିଷୟରେ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ ବୋଲି ଅରୁଣ ସାହୁ କହିଛନ୍ତି । ମାତ୍ର ବିଜେଡି ଅନାସ୍ଥା ଆଣିବ କି କଂଗ୍ରେସକୁ ଏନେଇ ସମର୍ଥନ ଦେବ କିଛି ସ୍ପଷ୍ଟ କଲେଣି ।

ଗତ କିଛି ଦିନ ହେବ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ ଆମେ ତାକୁ ସମର୍ଥନ କରିବୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ । ରାଜ୍ୟରେ ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ରଣହୁଙ୍କାର ଦେଇଥିଲେ ପିସିସି ସଭାପତି । ଭକ୍ତ କହିଥିଲେ, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାକୁ ସମର୍ଥନ କରିବୁ । ବିଜେଡି ମୁଖ୍ୟ ବିରୋଧୀ ଦଳ । ତାଙ୍କ ପାଖରେ ସଂଖ୍ୟା ରହିଛି । ବିଜେଡି ଯଦି ପ୍ରକୃତରେ ନାରୀକୁ ନ୍ୟାୟ ଦେବା ପାଇଁ ଆନ୍ତରିକତାର ସହ ଲଢ଼ୁଛି ଏବଂ ଏ ସରକାରକୁ ହଟାଇବାକୁ ଚାହୁଁଛି ତାହେଲେ ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ଆଣୁ ଦଳ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି କହିଥିଲେ ଭକ୍ତ ଦାସ ।

  • Related Posts

    ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରୁଛି: ବିଜେଡି

    ଲିଙ୍ଗଡୋ କମିଶନ ନିୟମର ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ଚାପ ପକାଉଛନ୍ତି ବିଜେପି ମନ୍ତ୍ରୀ ଓ ବିଧାୟକ ଭୁବନେଶ୍ୱର, ୧୦/୧୦/୨୦୨୬: ଛାତ୍ର ସଂସଦ ନିର୍ବାଚନକୁ ନିଜ…

    Continue reading
    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ