ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା

ଭୁବନେଶ୍ୱର: କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଗିରଫ ପରେ ଫେରାର କର୍ପୋରେଟର ଅମରେଶ ଜେନା ଦଳରୁ ନିଲମ୍ବିତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ରବିବାର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଆଜି ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ସାଦା ପୋଷାକରେ ଆସି କଳାକାଦ ଗାଁର ନିରୋଦ ମହାନ୍ତିଙ୍କ ଘରୁ ଫେରାର କର୍ପୋରେଟରଙ୍କୁ ବାନ୍ଧିଛନ୍ତି। ଅଧିକ ତଦନ୍ତ ତଥା ଜେରା ପାଇଁ ତାଙ୍କୁ ବରହମପୁର ଥାନାକୁ ନିଆଯାଇଛି।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ: ଓଡିଶାରେ ଆସୁ ୟୁପି ଷ୍ଟାଇଲ ଆଇନ

    ଭୁବନେଶ୍ବର: ଓଡ଼ିଶାରେ ଆସୁ ଉତ୍ତରପ୍ରଦେଶ ଭଳି ଆଇନ । ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପଦକ୍ଷପ ନିଅନ୍ତୁ ସରକାର । ରାଜ୍ୟରେ ବଢି ବଢି ଚାଲିଛି ସଂଗଠିତ ଅପରାଧ । ନାରୀ ବିରୋଧୀ ଅପରାଧ ମଧ୍ୟ ସୀମା ଟପିଲାଣି । ପ୍ରତ୍ୟେକ…

    ପ୍ରୀତିରଂଜନ ନାଁରେ ମାମଲା

    କଳିଙ୍ଗନଗର: ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରି ଆଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରୀତିରଂଜନ ଘଡ଼େଇ। ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜଳିଦେବା ପାଇଁ ଧମକ ଦେବା, ୭ଘଣ୍ଟା ଧରି ରାସ୍ତାରୋକ କରିବା ଏବଂ…

    Leave a Reply

    Your email address will not be published. Required fields are marked *

    You Missed

    ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ନିହତ: ଶାହ

    ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ନିହତ: ଶାହ

    ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ: ଓଡିଶାରେ ଆସୁ ୟୁପି ଷ୍ଟାଇଲ ଆଇନ

    ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ: ଓଡିଶାରେ ଆସୁ ୟୁପି ଷ୍ଟାଇଲ ଆଇନ

    ପ୍ରୀତିରଂଜନ ନାଁରେ ମାମଲା

    ପ୍ରୀତିରଂଜନ ନାଁରେ ମାମଲା

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

    ଆଜି ଏହି ଜିଲାରେ ପ୍ରବଳ ବର୍ଷିବ

    ଆଜି ଏହି  ଜିଲାରେ ପ୍ରବଳ ବର୍ଷିବ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ

    ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ :ସର୍ବୋଚ୍ଚ ଯନ୍ତ୍ରୀ