ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ

ଛତିଶଗଡ଼: ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି।

ଛତିଶଗଡ଼ରୁ କିଛି ନକ୍ସଲ ନଦୀ ପାର ହୋଇ ମାଲକାନଗିରି ଅଭିମୁଖେ ଆସୁଥିବା ସୁରକ୍ଷାକର୍ମୀମାନେ ଗୋଇନ୍ଦା ସୁତ୍ରରୁ ଖବର ପାଇଥିଲେ। ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟରେ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି।ପରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇଥିବା ଜଣାପଡ଼ିଛି। ପରେ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

  • Related Posts

    ୧୬ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ପାରନ୍ତି। ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଧି କରିବା ପାଇଁ ଏବଂ ସେଥିମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ…

    Continue reading
    ହର୍ମୁଜ ପାଇଁ ଏକାଠି ବସିଲେ ୬୦ ଦେଶ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି କରିଛି ଇରାନ ଯୁଦ୍ଧ। ଏହି ସମୟରେ, ଗୁରୁବାର ବ୍ରିଟେନର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଶ୍ୱର ୬୦ ରୁ ଅଧିକ ଦେଶ ଅଂଶଗ୍ରହଣ କରିଥିଲେ। ବିକ୍ରମ ମିଶ୍ରି ଏହି ବୈଠକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ