ଓଡ଼ିଶାକୁ କେନ୍ଦ୍ରୀୟ ସମବାୟ ଅନୁଦାନ ନଗଣ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ ମାନସ ମଙ୍ଗରାଜ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ସମବାୟ ସମିତି, ଏହାର କାର୍ୟ୍ୟକାରିତା ଓ ସଦସ୍ୟଙ୍କ ସଂଖ୍ୟା ସମ୍ପର୍କରେ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ମଙ୍ଗରାଜ। ଓଡ଼ିଶାରେ ମୋଟ ଉପରେ କେତେ ଗୋଟି ଓ କେଉଁ ପ୍ରକାରର ପଞ୍ଜିକୃତ ସମବାୟ ସମିତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଓଡ଼ିଶାରେ ମୋଟ ୭ହଜାର ୬୧୭ ପଞ୍ଜିକୃତ ସମବାୟ ସମିତି ରହିଛି। ସେଥିରେ ୯୬ ଲକ୍ଷ ପଞ୍ଜିକୃତ ସଦସ୍ୟ ରହିଛନ୍ତି। ୨୮ଟି ସମବାୟ କ୍ଷେତ୍ର ମଧ୍ୟରୁ ଆମ ରାଜ୍ୟରେ ସର୍ବାଧିକ ୪ହଜାର ୨୫୨ ପାକ୍‌ସ ରହିଛି। ଏହି ପାକ୍‌ସ ଗୁଡ଼ିକରେ ୮୩ ଲକ୍ଷ ୧୦ ହଜାର ୪୫୭ ଜଣ ସକ୍ରିୟ ସଦସ୍ୟ ଅଛନ୍ତି।

ସେହିପରି ୧୦୬୧ଟି ଦୁଗ୍ଧ ସମବାୟ ସମିତି ଥିବାବେଳେ ୮୦ହଜାର ୨୮୭ ଜଣ ସଦସ୍ୟ ରହିଛନ୍ତି। ୩୩୫ଟି ମିତବ୍ୟୟତା ସମବାୟ ଥିବାବେଳେ ୪ଲକ୍ଷ ୭୧ ହଜାର ୩୧୫ ସଦସ୍ୟ ରହିଛନ୍ତି। ସେହିଭଳି ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ଗୋଟିଏ ସମବାୟ ସମିତି ଥିବାବେଳେ ସେଥିରେ ମାତ୍ର ୬୧ ଜଣ ସଦସ୍ୟ ରହିଛନ୍ତି। ୫୭ଟି ମହିଳା କଲ୍ୟାଣ ସମବାୟ ସମିତି ଥିବାବେଳେ ୨୭ ହଜାର ୫୬୫ ଜଣ ସଦସ୍ୟ ସେଥିରେ ରହିଛନ୍ତି। ଜାତୀୟ ସମବାୟ ଉନ୍ନୟନ ନିଗମ (ଏନସିଡିସି) ମହିଳା ସମବାୟ ସମିତିମାନଙ୍କ ପାଇଁ ନୂତନ କାର୍ୟ୍ୟକ୍ରମ ପାଇଁ ୨ ପ୍ରତିଶତ ସୁଧ ହାରରେ ଋଣ ପ୍ରଦାନ କରୁଛି।

ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ୧ ପ୍ରତିଶତ ରିହାତି ହାରରେ ଋଣ ପ୍ରଦାନ କରୁଛି। ଗତ ୫ ବର୍ଷରେ ମହିଳା ଓ ଆଦିବାସୀ ସମବାୟ ସମିତିଙ୍କୁ ଏନସିଡିସି ଦ୍ୱାରା ପାଖାପାଖି ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି। ଗତ ୫ ବର୍ଷରେ ଓଡ଼ିଶାରେ ସମବାୟ ଉନ୍ନୟନ ପାଇଁ ଏନସିଡିସି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୦.୮୦ କୋଟି, ୨୦୨୧-୨୨ରେ ୪.୦୬, ୨୦୨୨-୨୩ରେ ୧.୬୧, ୨୦୨୩-୨୪ରେ ୩.୨୪, ୨୦୨୪-୨୫ରେ ୫.୮୯ କୋଟି ଟଙ୍କା ଓ ୨୦୨୫-୨୬ରେ ଜୁଲାଇ ୧୫ ସୁଦ୍ଧା ୧.୪୨ କୋଟି ଟଙ୍କା ମିଳିଛି। ସହରାଞ୍ଚଳ ସମବାୟ ବ୍ୟାଙ୍କ ତରଫରୁ ଲୋକମାନଙ୍କୁ ଘର ପାଖରେ ବ୍ୟାଙ୍କ୍‌ ସେବା ଯୋଗାଇ ଦିଆଯାଇଛି। ଏଥିସହ ବ୍ୟାଙ୍କଙ୍ଗ୍‌ କ୍ଷେତ୍ରରେ ବିବିଧ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିବା ଶ୍ରୀ ଶାହା ଉତ୍ତର ରଖିଛନ୍ତି।

  • Garvita Odia

    Related Posts

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ କେବଳ ମହିଳା । ପ୍ରାୟ ୨୦ ହଜାର ମହିଳା ଏକତ୍ରିତ ହୋଇ ବିଧାନସଭା ସମ୍ମୁଖରେ ନିଜର ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । କଂଗ୍ରେସ ଏହି…

    ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି:ଭକ୍ତ

    ଭୁବନେଶ୍ବର: ସରକାରୀସ୍ତରରେ ବନ୍ୟା ନିୟନ୍ତ୍ରଣ ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଶିଳ୍ପାୟାନ ନାମରେ ସରକାର ପ୍ରକୃତି ସହ ଖେଳୁଛନ୍ତି। ନଦୀଜଳକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କ ସଠିକ ଯୋଜନା କିମ୍ବା ଆଗତ ଦୂରଦୃଷ୍ଟି ନାହିଁ।…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ