୧୪ ଦିନ ରଖି ନାବାଳିକାଙ୍କୁ ବଳାତ୍କାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରେ ପ୍ରାୟ ୧୪ ଦିନ ରଖି ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ମୁତାବକ, ୧୪ ଦିନ ତଳେ ନାବାଳିକା ଜଣକ ହଠାତ୍‌ ନିଖୋଜ ହୋଇଯାଇଥିଲେ। ହେଲେ ନାବାଳିକ ଜଣକ କୌଶଳ କ୍ରମେ ଖସି ଆସି ଥାନାରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିଛି। ଏହି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

  • Related Posts

    ବଲାଙ୍ଗୀରରୁ ବ୍ୟବସାୟୀଙ୍କୁ ଅପହରଣ, ଭୁବନେଶ୍ବରରୁ ଉଦ୍ଧାର

    ବଲାଙ୍ଗୀର: ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର କୁମାର ସାହୁଙ୍କୁ ଅପହରଣର ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କଲା ପୋଲିସ । ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅପହରଣର କାରଣ ଏବେବି ଅସ୍ପଷ୍ଟ ।…

    Continue reading
    ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

    ସୁନ୍ଦରଗଡ଼: ପଲିଥିନ୍ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବଜାର ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ