ରାଜା ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ

କେନ୍ଦୁଝର: ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଅନ୍ତରୀଣ ଜାମିନ । କେନ୍ଦୁଝର କୋର୍ଟରେ ଚାଲିଥିବା ସଦର ଥାନା ମାମଲାରେ କେନ୍ଦୁଝର ଜିଲ୍ଲା ଦୌରାଜଜ୍ ୧୫ ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ରାଜା ଚକ୍ରଙ୍କର ଶ୍ଵଶୁରଙ୍କ ମୃତ୍ୟୁ ପରେ ତାଙ୍କର ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଜାମିନ ମଞ୍ଜୁର ହୋଇଛି । କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଜାମିନ ଅବଧି ପରେ କୋର୍ଟରେ ଅତ୍ମସମର୍ପଣ କରିବା ନେଇ ସର୍ତ୍ତ ରହିଛି । ଏବେ ରାଜା ଚକ୍ର ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ ଆଣ୍ଡ୍ କୋଅପରେଟିଭ ସୋସାଇଟି କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ EOW ତାଙ୍କୁ ମାର୍ଚ୍ଚ -୨୦୨୫ରେ ଗିରଫ କରିଥିଲା ଓ ବର୍ତ୍ତମାନ ସେ ବାଲେଶ୍ଵର ଜେଲ୍‌ରେ ଅଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ରାଜା ଚକ୍ର ଗିରଫ ହେବା ପରେ ଏପ୍ରିଲ ୨୦୨୫ରେ ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀର ଏଣ୍ଡ କୋଅପରେଟିଭ ସୋସାଇଟିର ଜଣେ ସଦସ୍ୟ ସୁଶାନ୍ତ ବାରିକ ରାଜା ଚକ୍ରଙ୍କ ନାଁରେ ସଦର ଥାନାରେ ଏକ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି କେସ୍‌ଟି CID-CBକୁ ହସ୍ତାନ୍ତର ହୋଇଥିଲା ଓ ଏହି କେସ୍‌ରେ ତାଙ୍କୁ ଜାମିନ ମିଳିଛି । ହେଲେ ଇଓଡବ୍ଲୁ କିମ୍ବା ଇଡିର କୌଣସି କେସ୍‌ରେ ବର୍ତ୍ତମାନ ସୁଦ୍ଧା ଜାମିନ ମିଳିଥିବା ସୂଚନା ମିଳିନାହିଁ । ତେଣୁ ରାଜା ଚକ୍ର ତାଙ୍କ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ