୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’

ନୂଆଦିଲ୍ଲୀ:ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ୨୦୨୫ ଶେଷ ସୁଦ୍ଧା ‘ବୀମା ସୁଗମ ପୋର୍ଟାଲ୍‌’ ଉନ୍ମୋଚନ କରିବାକୁ ଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସମସ୍ତ ପ୍ରକାର ବୀମା ପଲିସିଗୁଡ଼ିକୁ ଗୋଟିଏ ସ୍ଥାନରେ କ୍ରୟ ଓ ପରିଚାଳନା କରିପାରିବେ। ତଥ୍ୟ ଚୋରି ବା ଠକେଇ ରୋକିବା ପାଇଁ କଠୋର ଗୋପନୀୟତା କବଚ ସହିତ ଏହି ପୋର୍ଟାଲ୍‌କୁ ଡିଜାଇନ୍‌ କରାଯାଉଛି। ଏହି ପୋର୍ଟାଲ୍‌ଟି ଇ-କମର୍ସ ୱେବ୍‌ସାଇଟ୍‌ ପରି କାମ କରିବ। ଉନ୍ମୋଚିତ ହେବା ପରେ ଗ୍ରାହକମାନେ ନିଜର ଆଧାର ବା ପାନ୍‌ କାର୍ଡ ବ୍ୟବହାର କରି ଏଥିରେ ଇଲୋକ୍ଟ୍ରୋନିକ ଇନ୍‌ସ୍ୟୁରାନ୍‌ସ (ଇ-ବୀମା) ଆକାଉଣ୍ଟ ଖୋଲିପାରିବେ। ଇ-ବୀମା ଆକାଉଣ୍ଟ ଖୋଲିବା ପରେ ଏଥିରେ ସମସ୍ତ ପ୍ରକାର ଜୀବନବୀମା, ସ୍ବାସ୍ଥ୍ୟବୀମା, ମୋଟରଗାଡ଼ି ତଥା ଅନ୍ୟାନ୍ୟ ବୀମା ପଲିସିଗୁଡ଼ିକୁ ସଂଯୁକ୍ତ କରିହେବ। ବୀମା ପଲିସି ଯେଉଁ କମ୍ପାନିର ହେଉ ନା କାହିଁକି ଗୋଟିଏ ଡ୍ୟାସ୍‌ବୋର୍ଡରେ ସବୁଥିର ସ୍ଥିତି ଯାଞ୍ଚ କରିହେବ। ପ୍ରତ୍ୟେକ ପଲିସିର ପ୍ରକାରଭେଦ, ଏକ୍‌ସପାଏରି ଡେଟ୍‌, ପ୍ରିମିଅମ୍ ପୈଠ ତାରିଖ, ଇନ୍‌ସୁରାନ୍ସ ମୂଲ୍ୟ ଓ କ୍ଲେମ୍‌ ଷ୍ଟାଟସ୍‌ ଗୋଟିଏ ସ୍ଥାନରେ ହିଁ ଦେଖିପାରିବେ। ‘ସୁଗମ ପୋର୍ଟାଲ୍‌’ରେ ହିଁ ଯେକୌଣସି ବୀମାର ନବୀକରଣ, ସ୍ଥାନାନ୍ତରଣ ଆଦି କାର୍ଯ୍ୟ ସମ୍ପାଦିତ ହେବ। ଏହି ପୋର୍ଟାଲ୍‌ର ପ୍ରାୟ ସମସ୍ତ କାର୍ଯ୍ୟ ଆଧାର ଓଟିପି ଓ ଡିଜିଲକର୍‌ ଜରିଆରେ ସଂପୂର୍ଣ୍ଣ ହୋଇପାରିବ। ସମସ୍ତ ଅନୁରୋଧ ସିଧାସଳଖ ଇନ୍‌ସୁରାନ୍ସ କମ୍ପାନି ପାଖକୁ ଚାଲିଯିବ, ଯାହା ଫଳରେ ସମୟ ଓ କାଗଜପତ୍ର ସଂଚୟ ହେବ। ବୀମା ସୁଗମ ପୋର୍ଟାଲ ବିଭିନ୍ନ ବୀମା ପଲିସି ଓ କମ୍ପାନି ମଧ୍ୟରେ ତୁଳନା କରିବାର ସୁବିଧା ମଧ୍ୟ ପ୍ରଦାନ କରିବ, ଯାହା ସାହାଯ୍ୟରେ ବ୍ୟବହାରକାରୀ ସୁଚାରୁ ରୂପେ ନୂଆ ବୀମା କିଣିପାରିବେ। ଏହି ପୋର୍ଟାଲ୍‌ ପ୍ରିମିଅମ୍ ଦେୟ ଇତିହାସ ଦେଖାଇବା ସହିତ ପୈଠ ହୋଇ ନଥିବା ଦେୟ ବାବଦରେ ମଧ୍ୟ ମନେ ପକାଇଦେବ।

  • Related Posts

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଭୁବନେଶ୍ବର: ରାଜ୍ୟରେ ମହିଳା, ଛାତ୍ର ଓ ଶାରିରୀକ ଭିନ୍ନକ୍ଷମଙ୍କୁ ସାମାଜିକ ଓ ଆର୍ଥିକସ୍ତରରେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟବ୍ୟାପୀ କାର୍ୟ୍ୟକରିବ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବ୍ରେନସ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟ । ଏ ନେଇ ଆଜି ଗୀତଗୋବିନ୍ଦ…

    ରାଖି କେବଳ ଏକ ସୂତା ନୁହେଁ, ସୁରକ୍ଷାର କବଚ

    ଭୁବନେଶ୍ବର: ରାଖି କେବଳ ଏକ ସୂତା ନୁହେଁ, ଏହା ସୁରକ୍ଷାର କବଚ, ସମ୍ପର୍କର ଡୋରୀ ଆଜି ରାଖି ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଭାଇ ଓ ଭଉଣୀର…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ