ଇସି ତାଲିକାରୁ ୩୩୪ ଦଳ ବାଦ୍‌

ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶନିବାର ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି। ୨୦୧୯ ପରଠାରୁ ଏହି ଦଳଗୁଡିକ କୌଣସି ନିର୍ବାଚନ ଲଢି ନାହାନ୍ତି। ଏପରିକି ଏହି ଦଳଗୁଡିକର ସ୍ଥାୟୀ କାର୍ୟ୍ୟାଳୟ ନଥିବା ଜଣାପଡିଛି। ଏହି ଦଳଗୁଡିକ ଇସି ତାଲିକାଭୁକ୍ତ ହୋଇଥିଲେ ସୁଦ୍ଧା ଇସିଙ୍କ ଦ୍ବାରା ପ୍ରଚଳିତ କୌଣସି ନିୟମ ପାଳନ କରୁନଥିବା କୁହାଯାଇଛି। ଦେଶରେ ୨୮୫୪ଟି ଅଣ ସ୍ବୀକୃତିପ୍ରାପ୍ତ ଦଳ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୫୨୦କୁ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ୬ଟି ଜାତୀୟ ଓ ୬୭ଟି ଆଞ୍ଚଳିକ ରାଜନୈତିକ ଦଳ ସକ୍ରିୟ ରହିଛନ୍ତି।

  • Related Posts

    ଯନ୍ତରମନ୍ତରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନ

    ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ଯୁବଗୋଷ୍ଠୀଙ୍କ ଦ୍ୱାରା ସୋଶାଲ ମିଡିଆରୁ ଆରମ୍ଭ ହୋଇଥିବା ଏହି…

    Continue reading
    ଆୟର୍ଲାଣ୍ଡ-ଇଂଲଣ୍ଡ ପାଇଁ ଭାରତ ପ୍ରସ୍ତୁତ; ସୂର୍ଯ୍ୟ ହଟିଲେ, ଶ୍ରେୟାସ କ୍ୟାପ୍ଟେନ୍

    ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ