ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଉପରେ କଟକଣା ଲଗାଇଲେ ହାଇକୋର୍ଟ

କଟକ,21/08: ପାର୍ବଣ ଲାଗି ସାଜସଜ୍ଜା ହେବ, କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ କଟକଣା ରହିବ। କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି। ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି କହିଛନ୍ତି ହାଇକୋର୍ଟ। କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ପୂଜା ଲାଗି ଗେଟ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ। ଯାହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ, ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ। ଏହା ବାଦ ପ୍ରତି ପୂଜା ମଣ୍ଡପ ଅନୁମତି ପତ୍ର ନେବା ଆଗରୁ ମଣ୍ଡପର ଅଗ୍ନି ନିରାପତ୍ତା, ବିଦ୍ୟୁତ ନିରାପତ୍ତା ଏବଂ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ସଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ତଦାରଖ କରିବା ଲାଗି କଟକ ଡିସିପିଙ୍କୁ ଆଜି ନିର୍ଦେଶ ହୋଇଛି।

  • Related Posts

    ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍

    ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

    Continue reading
    ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ