ଦେଶର ଅଭିବୃଦ୍ଧି ୭.୮% ହାରରେ ଆଗକୁ ଦୌଡ଼ୁଛି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରେ ଦେଶର ଜିଡିପି ୭.୮% ହାରରେ ଆଗକୁ ବଢ଼ିଛି। ଏହାର ଅର୍ଥ ଦେଶର ଅଭିବୃଦ୍ଧି ୭.୮% ହାରରେ ଆଗକୁ ଦୌଡ଼ୁଛି।
ବାସ୍ତବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୫% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ଠାରୁ ଅଧିକ ବେଗରେ ଅଭିବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିଛି। ଏହି ସଂଖ୍ୟା ଗତବର୍ଷର ପ୍ରଥମ କ୍ୱାର୍ଟର ଅଭିବୃଦ୍ଧି ତୁଳନାରେ ୧.୩% ଅଧିକ।ଶେଷ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଭାରତ ଜିଡିପି ଅଭିବୃଦ୍ଧି ୬.୫% ହାରରରେ ହୋଇଥିଲା। ୨୦୨୫-୨୦୨୬ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଅଭିବୃଦ୍ଧି ଗତ କ୍ୱାର୍ଟର ତୁଳନାରେ ସବୁଠାରୁ ଦ୍ରୁତ ଓ ଅଧିକ। ଶେଷଥର ପାଇଁ ୨୦୨୪ର ଜାନୁଆରୀରୁ ମାର୍ଚ୍ଚ କ୍ୱାର୍ଟରରେ ଦେଶର ଜିଡିପି ଅଭିବୃଦ୍ଧି ସର୍ବାଧିକ ୮.୪% ରେକର୍ଡ କରାଯାଇଥିଲା। ଏହାପରେ ଅର୍ଥନୀତିକ ଅଭିବୃଦ୍ଧି ହ୍ରାସ ପାଇଥିଲା। ଏବେ ଆଶା ଠାରୁ ଅଧିକ ରହିଛି ଜିଡିପି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲରୁ ଜୁନ କ୍ୱାର୍ଟରରେ ଚାଇନାର ଅଭିବୃଦ୍ଧି ୫.୨% ରହିଥିବା ବେଳେ ଭାରତ ୭.୮% ବେଗରେ ଆଗକୁ ଯାଉଛି। ଏହାର ଅର୍ଥ ଭାରତ ଦ୍ରୁତଗତିରେ ଆଗକୁ ଯାଉଥିବା ଗୋଟିଏ ଅର୍ଥନୀତିକ ରାଷ୍ଟ୍ରରେ ପରିଣତ ହୋଇଛି।ଏପରି ଅଭିବୃଦ୍ଧି ସେବା ଓ କୃଷି କ୍ଷେତ୍ରରେ ମିଳିଥିବା ସଫଳତା ପାଇଁ ସମ୍ଭବ ହୋଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୩% ରହିଥିବା ବେଳେ କୃଷି କ୍ଷେତ୍ରରେ ଏହା ୩.୭% ରହିଛି। ଗତବର୍ଷ ଏପ୍ରିଲରୁ ଜୁନ କ୍ୱାର୍ଟରରେ ସେବା କ୍ଷେତ୍ରର ଅଭିବୃଦ୍ଧି ୬.୮% ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୫% ହୋଇଥିଲା। ସେହିପରି ଗତବର୍ଷ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହ୍ରାସ ପାଇଛି। ଗତବର୍ଷ ଏହା ୧୦.୧% ରହିଥିବା ବେଳେ ଚଳିତ କ୍ୱାର୍ଟରରେ ୭.୬%କୁ ଖସି ଆସିଛି।ଆରବିଆଇ ଆକଳନ କରିଥିଲା ଯେ ଦେଶର ଜିଡିପି ଅଭିବୃଦ୍ଧି ୨୦୨୫-୨୬ରେ ୬.୫% ରହିବ। କ୍ୱାର୍ଟର କଥା ବିଚାରକୁ ନେଲେ ଜାନୁଆରୀରୁ ମାର୍ଚ୍ଚ ଏହା ୬.୫%, ଏପ୍ରିଲରୁ ଜୁନରେ ଏହା ୬.୭%, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହା ୬.୬% ଓ ଶେଷ କ୍ୱାର୍ଟରରେ ଏହା ୬.୩% ରହିବ ବୋଲି କହିଥିଲା। କିନ୍ତୁ ଏପ୍ରିଲରୁ ଜୁନରେ ଜିଡିପି ଅଭିବୃଦ୍ଧତ ୭.୮% ରହିଛି।

  • Related Posts

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ଚୀନ, 01/09: ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ ଆଲୋଚନା ସମ୍ପନ୍ନ ହୋଇଛି। ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ବିଶେଷକରି ଉଭୟ ଦେଶର…

    Continue reading
    ମନ୍‌ କି ବାତ୍‌ରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ୍‌ କି ବାତ୍‌’ର ୧୨୫ତମ ଏସିସୋଡରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ଝିଅ ରଶ୍ମିତା ସାହୁଙ୍କ ସହ କଥା ହେବା ସହିତ ସ୍ୱଦେଶୀ ଉତ୍ପାଦ ଉପଯୋଗ କରିବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ