ଶୀତ ଅଧିବେଶନ: ଆଜି ବି ସରଗରମ ରହିବ ଗୃହ

ଭୁବନେଶ୍ବର : ସରଗରମ ହେବ ବିଧାନସଭା। ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ଶିଶୁ ବିକ୍ରି, ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଏବଂ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ଆଦି ବଡ ପ୍ରସଙ୍ଗ ଆଜି ଗୃହରେ ଉଠିବ। ଆଜି ବିଭିନ୍ନ ବିଭାଗ ର ପ୍ରଶ୍ନକାଳ ମଧ୍ୟ ରହିଛି। ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ବୁଧବାର ଦ୍ଵିତୀୟ ଦିନରେ ଗନ୍ଧମାର୍ଦନ ପାହାଡ ପାଦଦେଶ ଜମି ଘରୋଇ କମ୍ପାନୀକୁ ସରକାର ବିକ୍ରି କରିବାକୁ ନେଇ ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ ମୁହାଁମୁହିଁ ହୋଇଥିଲେ। ଆରୋପ-ପ୍ରତ୍ୟାରୋପରେ ଗୃହ କମ୍ପିଥିଲା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ସରକାରଙ୍କୁ ଜବାବ ମାଗି ଘେରିଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉତ୍ତର ରଖି ପାଲଟା ଶାଣିତ ଆକ୍ରମଣ କରିଥିଲେ। ଗନ୍ଧମାର୍ଦନର ଇଞ୍ଚେ ଜମି ସରକାର କାହାକୁ ବିକ୍ରି କରିବେ ନାହିଁ। ଯଦି ସରକାର ଜମି ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ଗନ୍ଧମାର୍ଦନ ସୁରକ୍ଷା ପାଇଁ ସେ ନିଜେ ଆନ୍ଦୋଳନରେ ସାମିଲ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ରୋକ୍‌ଠୋକ୍ ଗୃହରେ କହିଥିଲେ। ଶାସକ ଦଳର ପାଲଟା ଆକ୍ରମଣରେ ବିରୋଧୀ ଦଳ ଉପନେତା ଶ୍ରୀ ଆଚାର୍ୟ୍ୟ ତୁନି ପଡିଯାଇଥିବା ଦେଖିବାକୁ ମିଳିଥିଲା।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ