କାର୍ ହେଡ ଲାଇଟ୍ ଭିତରେ ଗଞ୍ଜେଇ ଚାଲାଣ

ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ। କାର ହେଡ୍‌ ଲାଇଟ୍‌ରେ‌ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ଏପରି ଅଭିଯୋଗ ସମ୍ୱଲପୁରରୁ ଆସିଛି। ଅବକାରୀ କାର୍‌ ସମେତ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି।
ସମ୍ବଲପୁର ଜିଲ୍ଲା ଅବକାରୀ ମୋବାଇଲ ଟିମ୍‌ ଓ ରେଢାଖୋଲ ଅବକାରୀ ବିଭାଗ ମିଳିତ ଭାବେ କଦଳୀଗଡ ପଞ୍ଚାୟତ ବଶିପାଲି ଓ ପଣ୍ଡକିମାଲ ଛକରେ ଗାଡ଼ି ଯାଞ୍ଚ କରୁଥିଲା। ସେହି ସମୟରେ ପର୍ଯ୍ୟାୟ କ୍ରମେ ୩ଟି କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପ୍ରଥମେ କାର୍‌ରୁ କିଛି ମିଳିନଥିଲା। ପରବର୍ତ୍ତୀ ସମୟରେ କାର୍‌କୁ ତନ୍ନତନ୍ନ କରି ଆଉଥରେ ଯାଞ୍ଚ କରାଯାଇଥିଲା। ସେତେବେଳେ କାର ହେଡ୍‌ ଲାଇଟ୍‌ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍‌ ଲାଇଟ୍‌ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
ଠିକ୍‌ କାର୍‌ ଡିକିରୁ ମଧ୍ୟ ଗଞ୍ଜେଇ ଜବତ କରାଯାଇଥିଲା। ୩ଟି କାରରୁ ପ୍ରାୟ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୩ଟି କାର ଓ ଜଣେ ଡ୍ରାଇଭରଙ୍କଠାରୁ ୪୦ ହଜାର ୭୦୦ ଟଙ୍କା ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ଚାଲଣ ଅଭିଯୋଗରେ ଅବକାରୀ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ବୌଦ୍ଧ ଜିଲ୍ଲାର ଡୋଳାମଣି ବେହେରା, ଶତ୍ରୁଘ୍ନ ମଣ୍ଡାଲି, ଦୟାନିଧି ଖଣ୍ଡଗିରି ଓ ଅନ୍ୟ ଜଣେ ପଶ୍ଚିମବଙ୍ଗର ଆଜାଦ୍ ଅଲ୍ଲୀ ମଲ୍ଲିକ ଅଛନ୍ତି।

Related Posts

ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

Continue reading
ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ