ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ। ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ୟୁଏନ୍ଜିଏର ୮୦ତମ ଅଧିବେଶନ ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଉତ୍ତମ ସହାବସ୍ଥାନ: ଶାନ୍ତି, ବିକାଶ ଓ ମାନବିକ ଅଧିକାର ପାଇଁ ୮୦ ବର୍ଷ ।’ ସେପ୍ଟେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ ସାଧାରଣ ବିତର୍କ ଚାଲିବ, ଯେଉଁଥିରେ ବ୍ରାଜିଲ ପ୍ରଥମେ ଭାଷଣ ଦେବ ଏବଂ ତା’ପରେ ଆମେରିକା। ଇସ୍ରାଏଲ, ଚୀନ୍, ପାକିସ୍ତାନ ଓ ବାଂଲାଦେଶ ସରକାରର ମୁଖ୍ୟମାନେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଜୁଲାଇରେ ପ୍ରକାଶିତ ଏକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୬ରେ ଭାଷଣ ଦେବାର ଥିଲା। ଶୁକ୍ରବାର ଜାରି ସଂଶୋଧିତ ବକ୍ତା ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସେପ୍ଟେମ୍ବର ୨୭ରେ ଭାରତର ପ୍ରତିନିଧିତ୍ବ କରିବେ ବୋଲି କୁହାଯାଇଛି।
ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ
ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…


