କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: କଂଗ୍ରେସ ଦଳର ସତା ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି । ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି । ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି । ତଥାପି ପ୍ରକୃତି ଛାଡୁନାହିଁ । କଥାରେ ଅଛି ମଣିଷ ପକୃତି ମଲେ ତୁଟେ । ସେହିପରି କଂଗ୍ରେସ ଦଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବାପରେ ଯାଇ ଏହି ପ୍ରକୃତି ଛାଡ଼ିବ ବୋଲି ଆଶା କରାଯାଉଛି । କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭିଳିସ୍ଥିତିରେ ଦଳ ତଳକୁ ତଳ ଯିବ ସିନା ଉପରକୁ ଉଠିପାରିବ ନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ୍ ଓ ପୂର୍ତବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀ ହରିଚନ୍ଦନ କହିଛନି ଯେ, ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜି ସମ୍ବିଳନୀ ଅନୁଷ୍ଠିତ ହେଉଛି । ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମାନବ୍ୟର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କଠାରୁ ଆରମ୍ଭ କରି ଦେଶର ବରିଷ୍ଠ ନେତୃତ୍ୱ, ବିଭିନ୍ନ ପ୍ରଦେଶର ଡିିଜି, ଆଇଜି, ବିଭିନ୍ନ ସୁରକ୍ଷା ବାହିନୀର ମୁଖ୍ୟମାନେ ଯୋଗଦେଇଛନ୍ତି । ବୈଠକରେ ଦେଶର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ଅଧିକ କିପରି ଉନ୍ନତ କରାଯାଇପାରିବ, ଅପରାଧ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ବିଷୟରେ ଆଲୋଚନା ଚାଲିଛି । ଏନେଇ ସମଗ୍ର ଦେଶର ନଜର ଏବେ ଓଡ଼ିଶା ଉପରେ ରହିଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଓ ତାର ଛାମୁଆ ସଙ୍ଗଠନଗୁଡ଼ିକର ବାଚାଳାମି ଆରମ୍ଭ ହୋଇଛି । ଏଥରୁ ଅନୁମାନ ହେଉଛି କି କଂଗ୍ରେସ ଦଳର ଜିନ୍‌ରେ ଖରାପ ଗୁଣବତା ପଶିବା ଆରମ୍ଭ କରିଛି । ଜଣେ ଲୋକର ଚରିତ୍ର ପରବର୍ତନ ହେଲେ ଯେପରି ବିଲକ୍ଷଣ ଦେଖିବାକୁ ମିଳେ, ଠିକ୍ ସେଭଳି ପରିବର୍ତନ ଏବେ କଂଗ୍ରେସରେ ଦେଖିବାକୁ ମିଳୁଛି ।

କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦେଶ ବିରୋଧି ତତ୍ୱ ହେବାକୁ ଆରମ୍ଭ କରିଛି । ବିଦେଶରେ ଯଦି କେହି ଦେଶ ବିରୋଧି କଥା କହିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ ଓ ଦେଶର ବିକାଶ ବିରୋଧରେ କହିଲେ ତାହା କଂଗ୍ରେସକୁ ସୁହାଉଛି । ଏଭଳି ଟିପ୍ପଣୀକୁ ନେଇ କଂଗ୍ରେସ ଦେଶରେ ଆନ୍ଦୋଳନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛି । ଦେଶର କୌଣସି ବିକାଶର କଥା ଉଠିଲେ ଏହାର ପ୍ରତିଟି ପର୍ଯ୍ୟାୟକୁ ବିରୋଧ କରୁଛି । ବିକାଶ ବିରୋଧରେ ଅନବରତ ୩୬୫ ଦିନ କହିବାରେ ଲାଗିଛି । କଂଗ୍ରେସ ଦଳ ଏବେ ଲୋକ ବିରୋଧୀ ହୋଇଯାଇଛି । ଦେଶ ଏବଂ ଓଡ଼ିଶାର ଲୋକେ କ’ଣ ଚାହୁଁଛନ୍ତି ସେଥିପ୍ରତି କଂଗ୍ରେସ ଦଳର ନଜର ନାହିଁ । ପ୍ରଧାନମନ୍ତ୍ରୀ ମୋଦିଜୀ ଆମ ରାଜ୍ୟରେ ୩ ଦିନ ପାଇଁ ରହିବା ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ । ଆଗାମୀ ଦିନରେ ଓଡ଼ିଶାର ବିକାଶରେ ଏହା ଏକ ନୂଆ ଫର୍ଦ୍ଦ ହୋଇ ଯୋଡ଼ି ହେବାକୁ ଯାଉଛି । ମାତ୍ର କଂଗ୍ରେସ ଏହା ବିରୋଧରେ ସ୍ୱର ଉତୋଳନ କରିବା ଆରମ୍ଭ କରିଛି । ଏଥିରେ ସ୍ପଷ୍ଟ ହୋଇଛି ଯେ, ୩ଟି ଖରାପ୍ ତତ୍ୱ କଂଗ୍ରେସର ଜିନ୍‌କୁ ଏବେ ପଶି ଆସଛି । ସେଗୁଡ଼ିକ ହେଲା, ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ । ସାରା ଦେଶ ଯେତେବେଳେ ଓଡ଼ିଶା ଉପରେ ଦୃଷ୍ଟି ନିକ୍ଷେପ କରିଛି ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇ ନିଜଦଳକୁ ଧ୍ୱଂସ ଅଭିମୁଖେ ଟାଣି ନେଉଛି । ଏଭିଳ ଘଟଣା ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ କେବେ ଦେଖିବାକୁ ମିଳି ନଥିଲା ।

ଶ୍ରୀ ହରିଚନ୍ଦନ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି ଯେ, ବଳିଦାନକୁ ଆଧାର କରି ଦେଶ ସ୍ୱାଧୀନତା ପାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦେଶ ଆଜି ବିକାଶର ପଥରେ ଆଗେଇ ଚାଲିଛି । ୧୯୪୭ରୁ ଏପର୍ଯ୍ୟନ୍ତ ଏକ ଲମ୍ବା ଯାତ୍ରା ପରେ ଦେଶ ଆଜି ବିକାଶର ଯାତ୍ରାକୁ ଯିବା ଆରମ୍ଭ କରିଛି । ୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ମୋଦିଜୀଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାରେ ମୋହନ ମାଝିଙ୍କ ସରକାର ମଧ୍ୟ ଏନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳିସ୍ଥିତିରେ ଅସହିଷ୍ଣୁତା ଦେଖାଇଲେ ଚଳିବ ନାହିଁ । ଏଥିପାଇଁ ଆମେ ସମସ୍ତ ଜନସାଧାରଣଙ୍କ ସହଭାଗିତା ମାଗିଛୁ । ଏଥିପାଇଁ ସୁଧିରିଯିବାର ଆବଶ୍ୟକତା ଅଛି । ବହୁ ଲୋକଙ୍କ ବଳିଦାନରେ ତିଆରି ହୋଇଥିବା ଦେଶକୁ ଅପନିନ୍ଦିତ କରିବାକୁ କାହାରିକୁ ସୁଯୋଗ ଦିଆଯିବନାହିଁ । କଂଗ୍ରେସ ଦଳର ଯେଉଁ ଛାମୁଆ ସଂଗଠନ ଏଭଳି କାର୍ଯ୍ୟ କରୁଛନ୍ତି ତାଙ୍କ ଦଳର ଶୀର୍ଷ ନେତୃତ୍ୱ ଏଥିପ୍ରତି ନଜର ଦିଅନ୍ତୁ । କଂଗ୍ରେସ ନିଜକୁ ଆହୁରି ଧ୍ୱଂସ ଆଡ଼କୁ ନନେଇ ଅନ୍ତତଃ ବଂଚିବାର ପ୍ରୟାସ କେମିତି ହେବ ସେ ବାବଦରେ ଚିନ୍ତା କରିବା ଜରୁରୀ । ଏହି ସାମ୍ବାଦିକ ସମ୍ବିଳନୀ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

  • Related Posts

    ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ

    ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର…

    Continue reading
    ବନ୍ଧା ହେଲେ କୁବେର ଯନ୍ତ୍ରୀ

    ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍‌ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ