ଲା-ନିନା ପ୍ରଭାବରେ ବାତ୍ୟା ସଙ୍ଗଠିତ ହେବା ଆଶଙ୍କା ଅଧିକ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡିକୁ ଅକ୍ଟୋବରରୁ ଡିସେମ୍ବର ପର୍ୟ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଥିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଛନକା ପଶିଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲା-ନିନା ପ୍ରଭାବରେ ବାତ୍ୟା ସଙ୍ଗଠିତ ହେବା ଆଶଙ୍କା ଅଧିକ ରହିଛି। ବିଶେଷକରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ହେଉଛି ଓଡ଼ିଶା ପାଇଁ ବାତ୍ୟାର ସମୟ। ତେଣୁ ଏହି ସମୟରେ ଲା-ନିନା ସୃଷ୍ଟି ହେଲେ ବାତ୍ୟା ଆସିଥାଏ। ତେବେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପ ନେଇନାହିଁ। ୧୫ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଲା-ନିନା ପ୍ରଭାବରେ ଏହା ଅଧିକରୁ ଅଧିକ ବିଳମ୍ବ ହେବ। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବାତ୍ୟା ଆଶଙ୍କାକୁଏଡାଇ ଦିଆଯାଇ ନ ପାରେ ବୋଲି ଡିଜି କହିଛନ୍ତି। ସେହିପରି ୧୫ ଦିନ ଆଗରୁ ବାତ୍ୟାର ପୂର୍ବାନୁମାନ କରାଯାଇପାରିବ ଏବଂ ଓଡ଼ିଶାରେ ଏନେଇ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।ଆଇଏମ୍‌ଡି ଓ ଅନ୍ୟ ଘରୋଇ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡିକର ଆକଳନ ଅନୁଯାୟୀ, ଲା-ନିନା ସେପ୍ଟେମ୍ବର ଶେଷରେ ସକ୍ରିୟ ହୋଇପାରେ, ଯାହା ଅକ୍ଟୋବରରେ ବାତ୍ୟା ଗଠନକୁ ସହଜ କରିବ। ନ୍ୟାଶନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟର ଆଡ୍‌ମିନିଷ୍ଟ୍ରେଶନ୍‌(ଏନ୍‌ଓଏଏ) ସଂସ୍ଥାର ଆନୁମାନିକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ପର୍ୟ୍ୟନ୍ତ ଲା-ନିନାର ସମ୍ଭାବନା ୭୧% ରହିଛି। ବିଶ୍ବ ପାଣିପାଗ ସଂସ୍ଥାନ (ଡବ୍ଲ୍ୟୁଏମ୍‌ଓ)ର ଆକଳନ ଅନୁଯାୟୀ ଏହି ଅବଧିରେ ଲା-ନିନାର ସମ୍ଭାବନା ୬୦% ରହିଛି, ଯାହା ତାପମାନ ଉପରେ ପ୍ରଭାବ ପକାଇବା ସହ ବାତ୍ୟା ବୃଦ୍ଧି ଘଟାଇପାରେ।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ