ଓଡ଼ିଶାରେ ‘ନ୍ୟୁ ଏଜ୍ ଅର୍ଥନୀତି’ର ନେତୃତ୍ୱ ନେବ ଭିସୁଟ – ଧର୍ମେନ୍ଦ୍ର

ବୁର୍ଲା: ଦଶନ୍ଧି ଦଶନ୍ଧି ଧରି ଭିସୁଟ ରାଜ୍ୟ ତଥା ଦେଶରେ ବୈଷୟିକ ଶିକ୍ଷାର ପ୍ରସାର କରିଆସୁଛି । ଗରିବ ଓ ସାଧାରଣ ଘରୁ ଆସି ଭିସୁଟରେ ପଢୁଥିବା ପିଲାମାନେ ଆମ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ ହୋଇଛନ୍ତି ବୋଲି ଶନିବାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ), ବୁର୍ଲାର ୧୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଡିଗ୍ରି, ଉପାଧି ଓ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ବିଶ୍ୱମାନର ଗୁଣାତ୍ମକ ଶିକ୍ଷାର ସୁଯୋଗ ପ୍ରଦାନ କରି ଭିସୁଟ ଆଗାମୀ ଦିନରେ ସାରା ଦୁନିଆରେ ଆହୁରି ସୁନାମ ଅର୍ଜନ କରିବାର ସାମର୍ଥ୍ୟ ବହନ କରୁଛି । ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ବୈଷୟିକ ଜ୍ଞାନକୌଶଳର ବିକାଶ ଖୁବ୍ ଦ୍ରୁତ ଗତିରେ ହେଉଛି । ଏହି ସମୟରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ଖୋଜିବା ନୁହେଁ ବରଂ ଚାକିରିଦାତା ହେବାର ଇଚ୍ଛାଶକ୍ତି ବଢିବା ଦରକାର । ଦେଶ ସ୍ଵାଧୀନତାର ପରବର୍ତ୍ତୀ କାଳରେ ଓଡ଼ିଶାରେ ଯେତେବେଳେ ଜଳସେଚନ ଓ କୃଷି ବିକାଶର ନୂଆ ଧାରା ଆରମ୍ଭ ହୋଇଥିଲା, ସେତେବେଳେ ଏହି ଶିକ୍ଷାନୁଷ୍ଠାନ ପରିବର୍ତ୍ତନର ମଙ୍ଗ ଧରିଥିଲା । ଆଜି ଯେତେବେଳେ ଓଡ଼ିଶାରେ ନ୍ୟୁ ଏଜ୍ ଅର୍ଥନୀତିର ଧାରା ଆରମ୍ଭ ହୋଇଛି, ଭିସୁଟ ତାହାର ନେତୃତ୍ୱ ନେବ । ଭିସୁଟକୁ ଭବିଷ୍ୟତ ଆଧାରିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ସେ ଆହୁରି କହିଛନ୍ତି, ଜାତୀୟ ଶିକ୍ଷା ନୀତିରେ ଏକବିଂଶ ଶତାବ୍ଦୀର ଜ୍ଞାନ, ବିଶେଷ କରି ବୈଷୟିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ନୀତିରେ ଟେକ୍ନୋଲଜି ଏବଂ ଏଜୁକେସନର ସମନ୍ୱୟ ଉପରେ ଆମର ଫୋକସ ରହିଛି । ଏ ପରିପ୍ରେକ୍ଷୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ରୋବୋଟିକ୍ସ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳରେ ଛାତ୍ରସମାଜକୁ ପରିପକ୍ୱ କରିବାର ଦାୟିତ୍ୱ ଆମର ରହିଛି ଏବଂ ଏଥିପାଇଁ ଭିସୁଟ୍ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡ଼ିକର ସହଭାଗିତା ନିତାନ୍ତ ଜରୁରୀ ।
ଶିକ୍ଷାନୁଷ୍ଠାନ ପକ୍ଷରୁ ଓଡ଼ିଆ ସମେତ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏମ.ଟେକର “ପ୍ରୟୋଗଶାଳା ନିର୍ଦ୍ଦେଶିକା” ପ୍ରଶଂସନୀୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାକୁ ପ୍ରାଥମିକତା ଦେଉଥିବାରୁ ଶ୍ରୀ ପ୍ରଧାନ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି । ଆମେ ସମସ୍ତେ ପାଠପଢାର ପ୍ରାରମ୍ଭିକ ଦିନରେ ମାତୃଭାଷାରେ ପାଠପଢାକୁ ଗୁରୁତ୍ୱ ଦେଲେ ହିଁ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବ ବୋଲି ସେ କହିଥିଲେ ।ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ଶ୍ରୀ ପ୍ରଧାନଙ୍କ କରକମଳରେ ‘ଓପନ ଏୟାର କ୍ଲାସରୁମ’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଭିସୁଟ, ବୁର୍ଲା କ୍ୟାମ୍ପସ ପରିସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ସମାବର୍ତ୍ତନ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଭଟଲି ବିଧାୟକ ଇରାଶିଷ ଆଚାର୍ୟ୍ୟ ପ୍ରମୁଖ ଯୋଗଦେଇଥିଲେ ।

  • Related Posts

    ଆଜିଠୁ ସପ୍ତାହେ ଯାଏ ବର୍ଷା

    ଭୁବନେଶ୍ୱର:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ…

    Continue reading
    ମାଷ୍ଟରକ୍ୟାଣ୍ଟିନ ହିଂସା: କ୍ଷମା ମାଗିଲେ ଅନଲାଇନ ଅଟୋ ସଂଘ ସଭାପତି

    ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ଘଟଣା ଯୋଗୁଁ ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ଦୀନବନ୍ଧୁ କହିଛନ୍ତି,“ଭୁଲ୍ ଟା ଭୁଲ୍,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ