ସମ୍ବଲପୁରକୁ ଏକ ସମୟ ଉପଯୋଗୀ ଆଧୁନିକ ସହର କରିବା ଆମ ସମସ୍ତଙ୍କ ଦାୟିତ୍ୱ: ଧର୍ମେନ୍ଦ୍ର

ସମ୍ବଲପୁର: ଦ୍ରୁତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ସହ ଶାରୀରିକ କାର୍ୟ୍ୟକଳାପର ଅଭାବ ଯୋଗୁଁ ଓଡ଼ିଶା ସମେତ ଦେଶ ଓ ବିଶ୍ୱରେ ହୃଦରୋଗ ଭଳି ଜଟିଳ ରୋଗର ବୃଦ୍ଧି ହେଉଛି । ଏହାର ନିବାରଣ ପାଇଁ ଆମକୁ ବିଶେଷ ଭାବରେ ଯୁବପିଢି ସୁଷମ ଖାଦ୍ୟ ଗ୍ରହଣ କରିବା ସହ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ଜରୁରି ବୋଲି ଶନିବାର ସମ୍ବଲପୁରରେ କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ(ସିଏସଆଇ)ର ଓଡ଼ିଶା ଶାଖାର ୩୦ତମ ବାର୍ଷିକ ସମ୍ମିଳନୀ-୨୦୨୫ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସିଏସଆଇ, ଓଡ଼ିଶା ଏବଂ ଆସୋସିଏସନ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ(ଏପିଆଇ), ସମ୍ବଲପୁରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦ୍ରୁତ ଜୀବନଶୈଳୀ, ଚାକିରି ଚାପ ଏବଂ ଅସ୍ଥିର ସାମାଜିକ ପରିବେଶ ଅନେକ ରୋଗ ସୃଷ୍ଟି କରୁଛି । ପୂର୍ବରୁ ଅଧିକ ସଂକ୍ରମିତ ରୋଗ ବ୍ୟାପୁଥିବା ବେଳେ ଏବେ ଅଣ-ସଂକ୍ରମିତ ରୋଗ କମ ବୟସର ଯୁବପିଢିଙ୍କ ଠାରେ ଅଧିକ ଦେଖାଯାଇଛି । ହୃଦ୍‌ରୋଗ ବିଶ୍ୱ, ଭାରତ ଓ ଓଡ଼ିଶାରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବା ସତ୍ତ୍ୱେ, ସମୟୋଚିତ ଚିକିତ୍ସା, ପ୍ରତିରୋଧ ଓ ସଚେତନତା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ସୁସ୍ଥ ଖାଦ୍ୟ ଗ୍ରହଣ କରିବା ସହ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ କରିବା, ମୋବାଇଲର କମ ବ୍ୟବହାର କରିବା, ଚାପମୁକ୍ତ ହୋଇ କାମ କରିବା ସହ ବଦ ଅଭ୍ୟାସକୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ ଏହି ରୋଗର ନିରାକରଣ ପାଇଁ ମୋଦୀ ସରକାରରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ଚର୍ଚ୍ଚା କରିଥିଲେ । ସେ କହିଥିଲେ ସିବିଏସଇ ଏହାର ସମସ୍ତ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରି ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ଟାଇପ- ୨ ମଧୁମେହ, ମେଦବହୁଳତା, ଦାନ୍ତ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗର ସମାଧାନ କରିବା ପାଇଁ ” ସୁଗାର ବୋର୍ଡ” ସ୍ଥାପନ କରିବାକୁ କହିଛି । ଦେଶରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ନେଇ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଜନଆନ୍ଦୋଳନର ରୂପ ନେଇଛି । ମିଲେଟକୁ ଶ୍ରୀଅନ୍ନର ପରିଚୟ ଦେଇ ଏହାକୁ ଖାଦ୍ୟ ପ୍ରକ୍ରିୟା ସାମିଲ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣ ବିଶେଷ ଭାବରେ ଯୁବ ସମାଜକୁ ନିଜ ଖାଦ୍ୟ ପ୍ରଣାଳୀରେ ୧୦ ପ୍ରତିଶତ ଖାଇବା ତେଲ କମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା ।
ହୃଦ୍‌ରୋଗ କ୍ଷେତ୍ରରେ ଗବେଷଣା, ଶିକ୍ଷା ଏବଂ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହିତ ଲକ୍ଷ୍ୟରେ ସମ୍ବଲପୁରରେ ଏପରି ଅଧିବେଶନର ଆୟୋଜନ ହେବା ପ୍ରଶଂସନୀୟ । ବର୍ତ୍ତମାନ ସମୟରେ ବିଶ୍ୱରେ ହୃଦ୍‌ରୋଗ ମାନବ ସମାଜ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି । ଏହି ସମ୍ମିଳନୀରେ ଆମକୁ ହୃଦ୍‌ରୋଗ ଉପରେ ଚିକିତ୍ସା ପଦ୍ଧତି, ବିକଶିତ ହେଉଥିବା ଅତ୍ୟାଧୁନିକ ଟେକ୍ନୋଲୋଜି, ଡାଟା ଅନାଲିସିସ ଏବଂ ଗବେଷଣା ଉପରେ ଆଲୋଚନା କରିବାର ସୁଯୋଗ ମିଳିବ। ସମ୍ବଲପୁର ଭଳି ସହରରେ ଏହି କାର୍ୟ୍ୟକ୍ରମ ସ୍ଥାନୀୟ ଚିକିତ୍ସା ସମୁଦାୟ ପାଇଁ ଏକ ମହାନ ସୁଯୋଗ । ଏହା କେବଳ ଆମର ଡାକ୍ତରଙ୍କ ପାଇଁ ନୁହେଁ ବରଂ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ । ସମ୍ବଲପୁରକୁ ଏକ ସମୟ ଉପଯୋଗୀ ଆଧୁନିକ ସହର କରିବାର ଆବଶ୍ୟକତା ଥିବାବେଳେ ଅଞ୍ଚଳରେ ଚିକିତ୍ସାସେବାର ମାନକୁ ବଢାଇବା ଦିଗରେ ଯୋଜନା କରିବା ଉପରେ ସେ ଆଲୋଚନା କରିଥିଲେ ।
ସେ କହିଛନ୍ତି ବର୍ତ୍ତମାନ ସମୟରେ ଡାଇଗ୍ନୋସିସ ପରୀକ୍ଷା ପାଇଁ ପୂର୍ବରୁ ୬୦ ଭାଗ ମାନବର ପ୍ରତ୍ୟକ୍ଷ ଯୋଗଦାନ ରହୁଥିଲା, ମାତ୍ର ଏବେ ସମୟ ବଦଳିବା ସହ ମେସିନ ଦ୍ୱାରା ରୋଗ ନିରୁପଣ ଶୀଘ୍ର ଏବଂ ସଠିକ୍ ହେଉଛି । ଆଗାମୀ ଦିନରେ ୬ଜି ଆସିଲେ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ ଭାବରେ ଲାଭବାନ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରମାନେ ଥାଇ ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ନିର୍ଭୁଲ ଭାବରେ ଦେଖିପାରିବେ ଏବଂ ସେମାନଙ୍କ ଚିକିତ୍ସା ହୋଇପାରିବ । ଅପରପକ୍ଷରେ ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟର ରାଜଧାନୀ ବା ବଡ ବଡ ସହରରେ ଡାୟାଲିସିସ୍ ସେଣ୍ଟରର ବ୍ୟବସ୍ଥା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି କାରଣରୁ ସମଗ୍ର ଭାରତବର୍ଷରେ ସରକାରୀ ବ୍ୟବସ୍ଥାରେ ଡାୟାଲିସିସ୍ ସେଣ୍ଟର ଖୋଲାଯିବା ସହ ମାଗଣାରେ ଏହି ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି । ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେଣ୍ଟର୍ ଉପଲବ୍ଧ ହୋଇଛି । ସ୍ୱାସ୍ଥ୍ୟ ହେଉଛି ଆମର ସମ୍ପଦ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ମାନବ ସମାଜ ନିଜର ସ୍ୱାସ୍ଥ୍ୟକୁ ସଠିକ୍ ରଖିବା ଜରୁରୀ । ସମ୍ବଲପୁରର ସ୍ୱାସ୍ଥ୍ୟ ଇନଡେକ୍ସକୁ ଠିକ୍ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ୟ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ