୨୧ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‍

ଏସିଆ କପ୍‍ ୨୦୨୫ରେ ଭାରତ ଓ ପାକିସ୍ତାନ ଗ୍ରୁପ୍‍-ଏରୁ ସୁପର ୪ରେ ପହଞ୍ଚିଛନ୍ତି । ଯେଉଁଠାରେ ୨୧ତାରିଖରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି । ପୂର୍ବ ମୁକାବିଲାରୁ ଆରମ୍ଭ ହୋଇଥିବା ନୋ ହ୍ୟାଣ୍ଡସେକ୍‍ ବିବାଦ ଏହି ରବିବାର ମଧ୍ୟ ପୁଣି ଥରେ ଦେଖିବାକୁ ମିଳିପାରେ । ଭାରତୀୟ ଟିମ୍‍ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହିତ ଖେଳୁଥିବା ବେଳେ ହ୍ୟାଣ୍ଡସେକ୍‍ କରିବାକୁ କିନ୍ତୁ ପୁରା ନାରାଜ । ସେହିପରି ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ କହିଛି ଯେ ତାଙ୍କ ଖେଳାଳି ମଧ୍ୟ ହ୍ୟାଣ୍ଡସେକ୍‍ କରିବେ ନାହିଁ ।

ସେପ୍ଟେମ୍ବର ୧୪ରେ ଖେଳାଯାଇଥିବା ଭାରତ-ପାକ୍‍ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିବାରୁ ପିସିବି ଗଭୀର କ୍ଷୋଭ ପ୍ରକାଶ କରିଥିଲା । ଏହା ସୁପର ଫୋର୍‍ ମ୍ୟାଚ୍‍ ପୂର୍ବରୁ ପିସିବିକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି । ଏକ ରିପୋର୍ଟ ଅନୁସାରେ ସୁପର ଫୋର ରେ ପାକିସ୍ତାନୀ ଖେଳାଳିମାନେ ମଧ୍ୟ ଟିମ୍‍ ଇଣ୍ଡିଆ ସହିତ ହାତ ମିଳାଇବାରୁ ନିବୃତ୍ତ ରହିବେ । ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗାଙ୍କ ଦଳ ଏସିଆ କପରୁ ବୟକଟ ଧମକ ଦେବା ପରେ ୟୁଏଇ ବିପକ୍ଷ ମ୍ୟାଚ ଖେଳିବା ପାଇଁ ୧ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ଉଭୟ ଟିମ୍‍ ମଧ୍ୟରେ ଏକ କଡା ପ୍ରତିଯୋଗୀତା ପରେ ଶେଷରେ ପାକିସ୍ତାନ ୪୧ରନରେ ଜିତି ସୁପର-୪ରେ ସ୍ଥାନ ଅକ୍ତିଆର କରିଥିଲା ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ