ଦୋଷୀ ସାବ୍ୟସ୍ତ ପରେ କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା

ନବରଙ୍ଗପୁର: ଏଟିଏମ୍ ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ୨୦୨୪ ମସିହା ଜାନୁଆରୀ ୩୧ ତାରିଖରେ ନବରଙ୍ଗପୁର ବ୍ଲକ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଥିଲା। ଏହି ମାମଲାରେ ନବରଙ୍ଗପୁର ଟାଉନ୍ ଥାନା ପୁଲିସ୍ ହରିଆଣାର ସକିଲ ଖାଁ, ଶାହାରୁଖ ଖାଁ, ଫଜଲ ଖାଁ, ଜାହୁଲ ଖାଁ ଓ ବିହାର ନିଖିଲ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ସକିଲ ଖାଁ ଓ ଶାହାରୁଖ ଖାଁ ବେଲ୍‌ରେ ଆସିଥିଲେ।
ଆଜି ଲୁଟ୍ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର ସିଜେଏମ କୋର୍ଟ ରାୟ ଶୁଣାଇଲେ। ଏଟିଏମ୍ ଲୁଟ୍ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।ରାୟ ଶୁଣିବା ପରେ ସମସ୍ତ ଅଭିଯୁକ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଜାମିନ୍‌ରେ ଥାଇ କୋର୍ଟରେ ହାଜର ହୋଇଥିବା ସକିଲ ଖାଁ ଓ ଶାହାରୁଖ ଖାଁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁଇ ଦୋଷୀଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ୍‌।

  • Related Posts

    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading
    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

    କଟକ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟା ରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ