ନୂଆଦିଲ୍ଲୀ,13/10: ଭାରତର ୫୧୮ ରନ୍ ବୋଝରେ ଚାପିହୋଇ ୨୪୮ ରନ୍ରେ ଅଲ୍ଆଉଟ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳିରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ଫଲୋଅନ୍ ପରେ ୨ ୱିକେଟ୍ ହରାଇ ୧୭୩ ରନ୍ କରିବା ସହ ଉଭୟ ପାଳିକୁ ମିଶାଇ ଭାରତଠାରୁ ଏବେ ମାତ୍ର ୯୭ ରନ୍ ପଛରେ ରହିଛି।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟରେ ଟିମ ଇଣ୍ଡିଆ ଦୃଢ଼ ସ୍ଥିତିରେ ରହିଛି। ଓ୍ବେଷ୍ଟଇଣ୍ଡିଜ ୨ୟ ପାଳିରେ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଛି। ଯାହାଫଳରେ ପ୍ରଥମ ପାଳିର ୨୪୮ରନକୁ ମିଶାଇ ୪୨୧ ରନ କରିଥିବାବେଳେ ୯୬ ରନରେ ପଛୁଆ ରହିଛି। ପ୍ରଥମ ପାଳିରେ ଭାରତ ୫ ଉଇକେଟ ହରାଇ ୫୧୮ ରନ କରି ଇନିଂସ ଘୋଷଣା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ କରି ପ୍ରଥମ ପାଳିରେ ସମସ୍ତ ଉଇକେଟ ହରାଇ ୨୪୮ ରନ କରିଥିଲା। ଫଟୋଅନ ପରେ ଦଳ ପୁନର୍ବାର ୨ ପାଳି ଆରମ୍ଭ କରିଥିଲା। ୩ୟ ଦିନ ଖେଳ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ବିନିମୟରେ ୧୭୩ରନ ସଂଗ୍ରହ କରିଛି। ସାଇ ହୋପ ୬୬ ଏବଂ ଜନ କ୍ୟାମ୍ପବେଲ ୮୭ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ଭାରତୀୟ ବୋଲର କୂଳଦୀପ ଯାଦବ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା ୩ଟି ଏବଂ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨ୟ ପାଳିରେ ସିରାଜ ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି-୫୧୮/୫ (ଘୋଷଣା)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି- ୮୧.୫ ଓଭରରେ ୨୪୮ (ଆଲିକ ଅଥାଞ୍ଜେ-୪୧, ସାଇ ହୋପ୍-୩୬, ତେଜନାରାୟଣ ଚନ୍ଦରପଲ୍-୩୧, ଆଣ୍ଡରସନ୍ ଫିଲିପ-୨୪*, କୁଲଦୀପ ଯାଦବ-୫/୮୨, ରବୀନ୍ଦ୍ର ଜାଡ଼େଜା-୩/୪୬)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି ୪୯ ଓଭରରେ ୧୭୩/୨ (ଜନ୍ କ୍ୟାମ୍ପବେଲ୍-୮୭*, ସାଇ ହୋପ୍-୬୬*, ମହମ୍ମଦ ସିରାଜ-୧/୧୦, ୱାସିଂଟନ୍ ସୁନ୍ଦର-୧/୪୪)।
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…








