ଭୁବନେଶ୍ୱରକୁ ‘ସିଟି ଉଇଥ୍‌ ବେଷ୍ଟ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌’ର ମାନ୍ୟତା

ଭୁବନେଶ୍ୱର : କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ୱରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ‘ସିଟି ଉଇଥ୍‌ ବେଷ୍ଟ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌’ର ମାନ୍ୟତା ଦେବା ସହ ପୁରସ୍କୃତ କରିଛି।
ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ୱର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଛି। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ’ (କ୍ରୁଟ୍‌)ର ମୋ ବସ୍‌ ଏବଂ ମୋ-ଇ ରାଇଡ୍‌ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଛି। ଛଅ ବର୍ଷ ପୂର୍ବେ ତତ୍‌କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମୋ ବସ୍‌ ଏବଂ ମୋ ଇ-ରାଇଡ୍‌ ସେବା ଆରମ୍ଭ ହୋଇଥିଲା। ଏହାର ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟ ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ୱଲପୁରର ନାଗରିକଙ୍କ ଜୀବନରେ ଅଭିନ୍ନ ଅଙ୍ଗ ପାଲଟିଥିଲା। ଏବେ ସହରୀ ଜୀବନରେ ‘ମୋ ବସ୍‌’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଡିଜିଟାଲ କାରବାର ମୋଟ ଟିକେଟ୍‌ର ୨୫ ପ୍ରତିଶତରୁ ଅଧିକ ହୋଇଛି।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ