ଅଭିବୃଦ୍ଧି ହାର ୫.୪%କୁ କମାଇଲା ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍‌ ସ୍ଥିର

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ୬ ଜଣିଆ ମୁଦ୍ରା ନୀତି କମିଟିର ଏକ ବୈଠକ ବସିଥିଲା। ଏଥିରେ ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ୪ ଜଣ ସଦସ୍ୟ ମତ ଦେଇଥିଲେ ଓ ୨ ଜଣ ଏହାକୁ ବିରୋଧ କରିଥିଲେ। ତେଣୁ ସଂଖ୍ୟାଧିକ ମତ ଅନୁସାରେ ନିଷ୍ପତ୍ତି ହେଲା ଯେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିବ। ଅଭିବୃଦ୍ଧି ହାର ଆକଳନ ହ୍ରାସ ପାଉଥିବା ସତ୍ତ୍ୱେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ରେପୋ ରେଟ୍‌ ଅପରିବର୍ତ୍ତିତ ରହିବା ଅର୍ଥ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। ପୁଞ୍ଜି ନିବେଶକାରୀମାନେ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା। ମାତ୍ର ଏହା କ୍ରମାଗତ ଭାବେ ହ୍ରାସ ପାଉଥିବା ହିସାବ ହେଉଛି। ଗତ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତ ଥିବାର ହିସାବ ହୋଇଛି। ଏହା ୭ ପ୍ରତିଶତ ଅଭିବୃଦ୍ଧି ହାର ଆକଳନଠାରୁ କମ୍‌। ୨୦୨୨ ମେ ମାସଠାରୁ ୨୦୨୩ ଏପ୍ରିଲ ମାସ ଯାଏଁ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ଛଅ ଥର ରେପୋ ରେଟ୍‌ ବୃଦ୍ଧି କରିଥିଲା। ଏହି ସମୟରେ ରେପୋ ରେଟ୍‌ରେ ୨୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଥିଲା। ଏହା ପରଠାରୁ ବ୍ୟାଙ୍କ କ୍ରମାଗତ ଭାବେ ରେପୋ ରେଟ୍‌ ସ୍ଥିର ରଖିଛି। ସୂଚନାଯୋଗ୍ୟ ଯେ ପ୍ରତି ଦୁଇ ମାସରେ ଥରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ବସି ରେପୋ ରେଟ୍‌ ବୃଦ୍ଧିହ୍ରାସ ନିଷ୍ପତ୍ତି ନେଇଥାଏ।

ଚଳିତ ଆର୍ଥିକ ବର୍ଷ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ମାତ୍ର, ଏବେ ତାହା ୬.୬ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ ହିସାବ କରୁଛି। ବ୍ୟାଙ୍କର ହିସାବ ଅନୁସାରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତରୁ ୪.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଅକ୍ଟୋବରରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତାହା ସାଧାରଣ ଖାଉଟିଙ୍କ ପାଇଁ ଅସହ୍ୟ ଥିଲା। ବଜାରରେ, ବିଶେଷକରି ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ଖାଉଟିମାନଙ୍କର କ୍ରୟ କ୍ଷମତା ହ୍ରାସ ପାଇଛି। ଆଗକୁ ଏହା କମିପାରେ ବୋଲି ଆକଳନ କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି। ମୁଦ୍ରା ନୀତି କମିଟି କହିଛି ଯେ ବଜାରରେ ଦୀର୍ଘସ୍ଥାୟୀ ଭାବେ ଦର ସ୍ଥିର ରହିଲେ ହିଁ ଦେଶର ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ।

  • Related Posts

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବାରାଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଏହା ସହିତ ବାରଣାସୀରେ ବିଭିନ୍ନ ପ୍ରକଳ୍ପ ଭେଟି ଦେବା…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’