ମହିଳା ଦିନିକିଆ ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ଭାରତ

ନଭି ମୁମ୍ବଇ: ରେକର୍ଡ ୭ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ରୋମାଞ୍ଚକ ଭାବେ ୫ ୱିକେଟ୍‌ରେ ପରାସ୍ତ କରି ଭାରତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୩୮ ରନରେ ଅଲ୍‌ଆଉଟ୍ ହୋଇଥିଲା। ଓପନର୍ ଫୋଏବି ଲିଚଫିଲ୍ମ ୧୧୯ ରନର ଦମଦାର ଶତକୀୟ ପାଳି ଖେଳିଥିଲେ। ଜବାବରେ ଜେମିମା ରୋଡ୍ରିଗ୍ରେଜଙ୍କ ମ୍ୟାଚ୍ ବିଜୟୀ ଅପରାଜିତ ଦର୍ଶନୀୟ ଶତକ ବଳରେ ଘରୋଇ ଭାରତ ୯ଟି ବଲ୍‌ ପୂର୍ବରୁ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା ଓ ଜେମିମା ୧୩୪ ବଲରେ ୧୨୭ ରନ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ ଓ ସେହିପରି ଅଧିନାୟକ ହରମନପ୍ରୀତ କୌର ୮୯ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ରନକୁ ୪୮ ଓଭର ୩ଟି ବଲରେ ୫ ଓ୍ବିକେଟ ହରାଇ ବାଜି ମାରି ନେଇଥିଲା। ମହିଳା ବିଶ୍ଵକପରେ ମଧ୍ୟ ଏହା ରେକର୍ଡ ରନ ଚେଜ୍ ହୋଇଛି । ଏହାପୂର୍ବରୁ କୌଣସି ଦଳ ଏତେ ବିଶାଳ ସ୍କୋରର ପିଛା କରି ବିଜୟୀ ହୋଇନାହିଁ। ରବିବାର ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ଲଢେଇ ହେବ। ଏଥିସହ ଭାରତ ତୃତୀୟଥର ଲାଗି ବିଶ୍ଵକପ୍ ଫାଇନାଲରେ ପହଁଚିଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ