ଟେନିସରୁ ସନ୍ନ୍ୟାସ ଘୋଷଣା କଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ,୦୧/୧୧: ଭାରତର ବରିଷ୍ଠ ଟେନିସ ଖେଳାଳି ରୋହନ ବୋପାନ୍ନାନ ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିଜର ୨୨ ବର୍ଷର ଲମ୍ବା କ୍ୟାରିୟରରେ ବିରାମ ଲଗାଇଛନ୍ତି ଏହି ତାରକା ଖେଳାଳି। ୪୫ ବର୍ଷୀୟ ଏହି ଖେଳାଳିଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ପ୍ୟାରିସ ମାଷ୍ଟର୍ସ ୨୦୨୫ ଥିଲା। ଚଳିତ ବର୍ଷ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହା ସହ ଡବଲ୍ସ ଟେନିସରେ ଏକ ନମ୍ବର ଖେଳାଳି ହେବାରେ ଦୁନିଆର ସବୁଠୁ ବୟସ୍କ ଖେଳାଳି ହୋଇଥିଲେ। ରୋହନ ବୋପାନ୍ନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଅଲବିଦା, ମାତ୍ର ଅନ୍ତ ନୁହେଁ। ଏମିତି କ୍ୟାରିୟରକୁ ଅଲବିଦା କହିବା ବହୁତ ମୁସ୍କିଲ, ଯିଏ ଆପଣଙ୍କ ଜୀବନକୁ ଅର୍ଥ ଦେଇଛି। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ ସମୟ ଆସି ଯାଇଛି। ମୁଁ ଆନୁଷ୍ଠାନିକ ଭାବେ ନିଜର ରାକେଟ୍ ଟାଙ୍ଗି ରଖୁଛି। ଯେବେ ମୁଁ ଏସବୁ ଲେଖୁଛି ମୋ ହୃଦୟ କୃତଜ୍ଞତା ଜଣାଉଛି। କୁର୍ଗ ପରି ଛୋଟ ସହରରୁ ନିଜର ଯାତ୍ରା ଆରମ୍ଭ କରିଥିଲି। ରୋହନ ବୋପନ୍ନା ଏହା ମଧ୍ୟ କହିଛନ୍ତି, ଟେନିସ ମୋ ପାଇଁ କେବଳ ଏକ ଖେଳ ନୁହେଁ, ଏଥିରେ ମୋ ଜୀବନର ଉଦ୍ଦେଶ୍ୟ ମିଳିଛି।
ଦୁଇ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରୋପାନ୍ନା ନିଜର ଐତିହାସିକ କ୍ୟାରିୟର ଉପରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ମାଥ୍ୟୁ ଏବଡେନଙ୍କ ସହିତ ୨୦୨୪ ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଏବଂ ଗାବ୍ରିଏଲା ଡାବ୍ରୋସ୍କିଙ୍କ ସହିତ ୨୦୧୭ ଫ୍ରେଞ୍ଚ ଓପନ୍ ମିଶ୍ରିତ ଡବଲ୍ସ ଟାଇଟଲ ଜିତିଥିଲେ। ସେ ଅନ୍ୟ ଚାରୋଟି ଗ୍ରାଣ୍ଡସ୍ଲାମ ଫାଇନାଲରେ ମଧ୍ୟ ଖେଳିଥିଲେ। ୨୦୧୬ ଅଲିମ୍ପିକ୍ସରେ ରୋହନ ବୋପାନ୍ନା ଏବଂ ସାନିଆ ମିର୍ଜା ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେ ଅନେକ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି, କିନ୍ତୁ ଡବଲ୍ସରେ ଅଧିକ ସଫଳତା ହାସଲ କରିଛନ୍ତି। ସେ ୨୦୦୩ ମସିହାରେ ବୃତ୍ତିଗତ ଟେନିସ୍ ଖେଳିବା ଆରମ୍ଭ କରିଥିଲେ, ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ଐତିହାସିକ ସଫଳତା ହାସଲ କରିଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ