ବିଜେପି ଆଦର୍ଶ ଓ ବିଚାରଧାରା ଆଧାରରେ ନିର୍ବାଚନ ଲଢିଛୁ: ମନମୋହନ ସାମଲ

ନୂଆପଡା / ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ କାରଣରୁ ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ଶାନ୍ତିପୂର୍ଣ୍ଣ ଭାବେ ଭୋଟଦାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ସଂଖ୍ୟାରେ ୭୫.୩୭ ପ୍ରତିଶତ ଭୋଟଦାନ ହୋଇଛି । ଏହି ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ନିର୍ବାଚନ ଯେଉଁ ଭାବେ ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ଭାବେ ସଂପାଦନା ହୋଇଛି ଏବଂ ଏଥିପାଇଁ ନୂଆପଡାବାସୀ ଯେଉଁ ସହଯୋଗ କରିଛନ୍ତି, ସେଥିପାଇଁ ସେମାନେ ଅଶେଷ ଅଶେଷ ଧନ୍ୟବାଦର ପାତ୍ର । ସଚେତନ ନାଗରିକ ଭାବେ ଗଣତନ୍ତ୍ରର ମହାନ ପର୍ବରେ ନିଜକୁ ସାମିଲ କରି ରେକର୍ଡ ପରିମାଣର ମତଦାନ କରିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଏଥି ସହ ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର, ନିର୍ବାଚନ ଅଧିକାରୀ, ସୁରକ୍ଷା ଦାୟୀତ୍ୱରେ ଥିବା ସମସ୍ତ ପୋଲିସକର୍ମୀ ଓ ଅଧିକାରୀ ଏବଂ ଗଣମାଧ୍ୟମକୁୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ରେକର୍ଡ ସଂଖ୍ୟାରେ ମତଦାନ ଏବଂ ବୁଥ ବାହୁଡା ମତରୁ ବିଜେପିର ବିପୁଳ ବିଜୟକୁ ସ୍ପଷ୍ଟ କରିଛି । ବିଜେପି ଆଦର୍ଶ ଓ ବିଚାରଧାରା ଆଧାରରେ ଏହି ନିର୍ବାଚନକୁ ଆମେ ଲଢିଛୁ ବୋଲି କହିବା ସହିତ ଏଥିପାଇଁ ଯୋଗଦାନ କରିଥିବା ହଜାର ହଜାର କାର୍ୟ୍ୟକର୍ତ୍ତାଙ୍କୁ ମଧ୍ୟ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜଣାଇଛନ୍ତି ।
ନିଜ ନିଶ୍ଚିତ ପରାଜୟକୁ ଦେଖି ବିରୋଧୀ ଦଳଗୁଡିକ ଭୟଭୀତ ହେବା ସହିତ ଭୋଟ ଚୋରୀର ମିଥ୍ୟା ଅଭିଯୋଗ କରୁଛନ୍ତି । ପରାଜୟର ସମୀକ୍ଷା ନକରି ମିଛଠାରେ ଅଭିଯୋଗ କରୁଛନ୍ତି । ବିଜେପି ଗତ ୮ ଟା ଉପନିର୍ବାଚନରୁ ୭ଟିରେ ପରାଜୟ କରିଥିଲା । ପରାଜୟ କାରଣର ସମୀକ୍ଷା କରିଥିଲା, ବିଧି ବ୍ୟବସ୍ଥା ଉପରେ ଦୋଷ ଲଦୁନଥିଲା । ଭୁଲ ତୃଟିକୁ ସୁଧାରି ଶେଷରେ ବିଜୟୀ ହେଲା । ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ସରକାର ଗଢିଲା । ଅନ୍ୟପଟେ ଉଭୟ ବିଜେଡି ଓ କଂଗ୍ରେସ ଦଳ ଅନେକ ବର୍ଷ ଧରି ଶାସନରେ ରହିବା କାରଣରୁ କ୍ଷମତାର ହ୍ୟାଙ୍ଗ ଓଭର ଛାଡିପାରୁନାହାନ୍ତି । ପରାଜୟକୁ ସହ୍ୟ କରିପାରୁନାହାନ୍ତି । ଅଯଥାରେ ତଥ୍ୟବିହୀନ ଅଭିଯୋଗ କରି ବିଭ୍ରାନ୍ତ କରିବାର ଅପପ୍ରୟାସ ଜାରୀ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ପାଢୀ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶ୍ରୀ କମଳେଶ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ