ପ୍ରକାଶ ରାଜଙ୍କୁ ଏସଆଇଟିର ଜେରା

ମୁମ୍ବଇ: ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରକାଶ ରାଜଙ୍କୁ ବୁଧବାର ହାଇଦରାବାଦ ସ୍ଥିତ ଏସଆଇଟି କାର୍ୟ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରାଯାଇଛି। ତେଲଙ୍ଗାନା ସରକାର ଅବୈଧ ଅନଲାଇନ ଜୁଆ ଗତିବିଧି ରୋକିବା ପାଇଁ ଏବଂ ଏଭଳି ମାମଲାର ଯାଞ୍ଚ ପାଇଁ ସିଆଇଡିର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରିଥିଲେ।

ଏହି ପଚରାଉଚରା ପରେ ପ୍ରକାଶ ରାଜ୍ ଗଣମାଧ୍ୟମରେ କହିଛନ୍ତି ଯେ ସେ ୨୦୧୬ରେ ଏକ ଆପର ବିଜ୍ଞାପନ କରିଥିଲେ। ତେବେ ସେ ସମୟରେ ଅନଲାଇନ୍ ଜୁଆ ଆରମ୍ଭ ହୋଇନଥିଲା। ତେବେ ପରେ ସେ ଏ ସମ୍ପର୍କରେ ଜାଣିବା ପରେ ନିଜକୁ ଅଲଗା କରିଦେଇଥିଲେ। ସୂଚନାଯୋଗ୍ୟ ତେଲଙ୍ଗାନା ଗେମିଂ ଆକ୍ଟ ୨୦୧୭ ଅନୁସାରେ ରାଜ୍ୟରେ ସମସ୍ତ ପ୍ରକାର ଅନଲାଇନ୍ ଜୁଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚ ୨୦୨୫ରେ ଅନେକ ବେଆଇନ୍ ଜୁଆ ଆପ୍ ଏବଂ ସେଗୁଡିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷଙ୍କ ଉପରେ ମାମଲା ରୁଜୁ ହୋଇଛି।

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ