ବିହାରରେ ଏନଡିଏର ବିପୁଳ ବିଜୟ

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ଏନଡିଏକୁ ଐତିହାସିକ ବିଜୟ ମିଳିଛି। ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି। ମହାମେଣ୍ଟ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ସରକାର ଗଢ଼ିବାର ସ୍ଵପ୍ନ ଦେଖୁଥିବା ବିରୋଧୀଙ୍କ ମହାମେଣ୍ଟ ୫୦ଟି ଆସନ ବି ଦଖଲ କରିପାରି ନାହିଁ। ମାତ୍ର ୩୪ ଆସନ ପାଇଛି ମହାମେଣ୍ଟ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୧୨୨ ଆସନରେ ବିଜୟୀ ହେବା ଆବଶ୍ୟକ ଥିଲା। ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏନଡିଏ(ବିଜେପି, ଜେଡିୟୁ, ଏଲଜେପି ଓ ଅନ୍ୟାନ୍ୟ ସହଯୋଗୀ ଦଳ) ୧୫୦ରୁ ୧୬୦ ଆସନରେ ବାଜି ମାରିବ ବୋଲି କୁହାଯାଉଥିଲା। ହେଲେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଏନଡିଏ ପ୍ରାୟ ୨୦୩ ଆସନରେ ଆଗୁଆ ରହି ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଯଦିଓ ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯାଇ ନାହିଁ, ତେବେ ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଦଳ ୨୦୦ ଆସନ ପାର କରିଛି।

କଂଗ୍ରେସ, ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳ ମିଳି ଗଢ଼ିଥିବା ମହାମେଣ୍ଟକୁ ମାତ୍ର ୩୪ଟି ଆସନ ମିଳିଛି। ଅନ୍ୟାନ୍ୟ ସ୍ଵାଧୀନ ଦଳଗୁଡ଼ିକ ୬ ଆସନରେ ବିଜୟୀ ହୋଇଛନ୍ତି। ନୂଆ କରି ନିର୍ବାଚନ ଲଢ଼ିଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଖାତା ଖୋଲିବାରେ ବିଫଳ ହୋଇଛି।

ଏନଡିଏ ଦଖଲ କରିଥିବା ୨୦୩ ଆସନ ମଧ୍ୟରୁ ବିଜେପି ୯୨, ଜେଡିୟୁ ୮୩ ଏବଂ ଚିରାଗ ପାଶଓ୍ବାନଙ୍କ ଏଲଜେପି ୨୮ ଆସନ ପାଇଛି। ଅନ୍ୟପଟେ ମହାମେଣ୍ଟର ୩୪ ଆସନ ମଧ୍ୟରୁ ଆରଜେଡିକୁ ୨୭ ଆସନ ମିଳିଛି। କଂଗ୍ରେସକୁ ୫ ଆସନ ମିଳିଥିବବେଳେ ଅନ୍ୟ ସହଯୋଗୀ ଦଳ ୨ଟି ଆସନ ପାଇଛନ୍ତି।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ