ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାଜ୍ୟ ବିଜେପି ସରକାର କାଳ ସାଜିଛନ୍ତି । ବିଜେପି ସରକାରକୁ ଆସୁ ଆସୁ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ ପଠାଇପାରେ ଲାଗିଛି । ତେବେ ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଶୂନ୍ୟ ସହନଶୀଳତା ନୀତି ଉପରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ବିଜେପି ସରକାର ଆସିବାରେ ମାତ୍ର ୧୪୦ ଦିନ ହୋଇଛି । ହିତାଧିକାରୀ ଡିବିଟିରେ ଟଙ୍କା ପାଇବାରୁ ଆଉ ଦୁର୍ନୀତି ହୋଇପାରୁନାହିଁ ।  ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରାଯାଇଛି । ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ଟି କୋଠା, ପ୍ରାୟ ୬ କେଜି ସୁନା, ୧୦କୋଟି ବ୍ୟାଙ୍କ ଡିପୋଜିଟ ଓ ନଗଦ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅନେକ ବଡ଼ ବଡ଼ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି । ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ । ଏ ସରକାର କେତେବେଳେ ବି ବାନ୍ଧିପାରେ, ସବୁବେଳେ ମନେପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ