ରାତି ଅଧରେ କ୍ରିକେଟ୍‌ ଟିକେଟ୍‌ ପାଇଁ ଠେଲାପେଲା

ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ଶୁକ୍ରବାରଠାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହେବ । କିନ୍ତୁ ଗୁରୁବାର ସନ୍ଧ୍ୟାରେ ଷ୍ଟାଡିୟମ ବାହାରେ ଭିଡ଼ ଲଗାଇଲେଣି କ୍ରିକେଟ୍‌ ପ୍ରେମୀ । ବାରବାଟୀ ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଟିକେଟ କାଉଣ୍ଟର ବାହାରେ ଠେଲାପେଲା । ସନ୍ଧ୍ୟା ପରେ ମାଡ଼ି ଆସିଲେ ହଜାର ହଜାର ଦର୍ଶକ । ଆଉ ସମସ୍ତ କ୍ରିକେଟ ପ୍ରେମୀଙ୍କୁ ପୋଲିସ୍‌ ଘଉଡ଼ାଇଛି । ରାତିରୁ ନୁହେଁ ବରଂ ସକାଳ ୬ଟାରୁ ଟିକେଟ୍‌ ପାଇଁ ବ୍ୟାରିକେଡ୍‌ ଭିତରେ ଦର୍ଶକଙ୍କୁ ପ୍ରବେଶ କରିବା ପାଇଁ ଅନୁରୋଧ କରିଛି ପୋଲିସ୍ । କିନ୍ତୁ ଏହାକୁ ମାନିବାକୁ ନାରାଜ ଦର୍ଶକ।
ବାରବାଟୀ ଟି-୨୦ ମ୍ୟାଚ୍‌ ପାଇଁ ଡିସେମ୍ବର ୧ରେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ସରିଥିବା ବେଳେ ଆସନ୍ତାକାଲିଠୁ ଅଫଲାଇନ୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ହେବ । ମୋଟ ୫ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର ରହିବ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶକ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ । ଏଥିପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ରିଫିଂ ମଧ୍ୟ କରାଯାଇଛି । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।
ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ୟ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍‌ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍‌ ପାଇଁ ସକାଳ ୬ଟାରୁ ଲାଇନ୍‌ ଲଗାଇ ପାରିବେ ।
ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍‌ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍‌ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍‌ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍‌ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ