ବିଜେଡି ଏକଜୁଟ୍‌ ଅଛି :ଅଶୋକ

ଭୁବନେଶ୍ୱର: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି,ବିଜେପି-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ମତାନ୍ତର ମନାନ୍ତର ରହିବା ସ୍ବାଭାବିକ, କିନ୍ତୁ ସମସ୍ତଙ୍କୁ ନେଇ ଦଳ ଚାଲିବ। ଭୋଜି ଭାତ ଚାଲିବ, କାହାକୁ ଡାକିବେ ନ ଡାକିବେ ସେମାନଙ୍କ ନିଷ୍ପତ୍ତି’। କିନ୍ତୁ ମେଳି କିଛି ନୁହେଁ, ଦଳ ଏକଜୁଟ୍‌ ଅଛି ବୋଲି ଅଶୋକ ସ୍ପଷ୍ଟ କହିଛନ୍ତି।

ପ୍ରକାଶ ଯେ ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ ଏ ବର୍ଷ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ଆଗାମୀ ଦିନରେ ମେଳି କରି ପୁଣି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଆହ୍ବାନ ।ଗତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ । ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ଯୁବ ନେତା । ଏବେ ଆଉ ଲୁଚି ଛପି ନୁହେଁ ଖାଲା ଖୋଲି ଭୋଜି କରି ଦେଲେଣି ନେତୃତ୍ୱକୁ ଚ୍ୟାଲେଞ୍ଜ । ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷରେ ଅଲିଖିତ ବସ୍ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ ।
ସେପଟେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା ବାଲେଶ୍ଵରର ୩ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ ଓ ସ୍ୱରୂପ ଦାସଙ୍କୁ । ଏହି ନେତା ମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ । ତେବେ ନେତାଙ୍କ ମେଳିକୁ ଖୋଲା ସମର୍ଥନ ଜଣାଇ ଅରୁଣ କହିଛନ୍ତି ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର ।୨୦୧୨ରେ ତତ୍କାଳୀନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଚାଲିଥିଲା ମିଡ୍‌ ନାଇଟ ଅପରେସନ । ଯେଉଁଥିରେ ସାମିଲ ହୋଇଥିଲେ ଅନେକ ବିଜେଡିର ବରିଷ୍ଠ ନେତା ଓ ବିଧାୟକ । ସେତେବେଳେ କିନ୍ତୁ ନବୀନ ପ୍ୟାରୀଙ୍କୁ ଦଳରୁ ବହିଷ୍କାର କରି ବିଜେଡିକୁ ବିଭାଜନ ହେବାରୁ ବଞ୍ଚାଇ ଦେଇଥିଲେ । ଆଉ ଏବେ ବିଜେଡିରେ ବରିଷ୍ଠ ତଥା ଅଲୋଡ଼ା ନେତାଙ୍କ ମେଳି ପରେ ଯୁବ ଗୋଷ୍ଠୀଙ୍କ ମେଳି ନୂଆ ସମୀକରଣର ସଙ୍କେତ ଦେଇଛି ।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ