ଭୁବନେଶ୍ୱର : ଡିସେମ୍ବର ୨୬କୁ ଅପେକ୍ଷା କରିଛନ୍ତି ବିଜେଡ଼ି ନେତା ଓ କର୍ମୀ । ଏବେ ଦଳ ଆଉ ସରକାରରେ ନାହିଁ । ସଂଗଠନ ବି ଧିମେଇଯାଇଛି । ରଣନୀତି ଏବେବି ଅସ୍ପଷ୍ଟ ରହିଛି । ତେବେ ଦଳର ପ୍ରତିଷ୍ଠା ଦିବସରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ ବାର୍ତ୍ତା ଦେବେବୋଲି ଆଶା କରାଯାଉଛି ।
ଆଜି ୍ରତିଷ୍ଠା ଦିବସ ନେଇ ନବୀନ ଦଳର ସମସ୍ତ ବିଧାୟକ ଓ ପଦାଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ଚିଠିରେ ଉଲ୍ଳେଖ ରହିଛିଯେ, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଯୁବଛାତ୍ରଙ୍କ ପ୍ରତି ବିମୁଖତା, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ଅବିଚାର, ଆଇନଶୃଙ୍ଖଳାର ଅବନତି, ଆର୍ଥିକ କୁପରିଚାଳନା, ପୋଲାଭରମ ଓ ମହାନଦୀ ଆଦି ପ୍ରସଙ୍ଗରେ ବିଜେଡ଼ି ଲଢେ଼ଇ କରିଆସୁଛି । ବିଜେପି ସରକାର ବିରୋଧରେ ଥିବା ଜନକ୍ଷୋଭକୁ ବିଜେଡ଼ି ଉପସ୍ଥାନ କରୁଛି । ଆସନ୍ତା ୨୬ରେ ଶଙ୍ଖ ଭବନ ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଳକରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ସେହିଦିନ ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ବି ନବୀନ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




