ଭାଲେଣ୍ଟାଇନ୍ ଦିବସ

ଭୁବନେଶ୍ୱର: ତୁ ମୋ ଭାଲେଣ୍ଟାଇନ୍ । ତୋ ସହ ସାତ ଜନ୍ମର ସାଥୀ ହେବାକୁ ଚାହେଁ…. । ଏହିଭଳି ପ୍ରେମଭରା କଥାରେ ଶୁକ୍ରବାର ରାତି ୧୨ଟା ପରେ ମୋବାଇଲ୍‌ରେ ପହଞ୍ଚିଥିଲା ମେସେଜ୍ । ଖାଲି ସେତିକିରେ ସୀମିତ ନଥିଲା କଥା, ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ଷ୍ଟୋରୀ ଓ ଷ୍ଟାଟସ୍ ଲଗେଇ ପରସ୍ପରକୁ କରିଥିଲେ ଟ୍ୟାଗ୍ । ଆଉ ଅନେକଗୁଡ଼ିଏ ପ୍ରତିଶ୍ରୁତି ସହ ଜଣାଇଥଲେ ଶୁଭେଚ୍ଛା । ଏଥିସହିତ ଶନିବାର ଅର୍ଥାତ୍ ଭାଲେଣ୍ଟାଇନ୍ ଦିବସ ଦିନ କେଉଁଠି ଭେଟିବେ, କୁଆଡ଼େ ବୁଲିବାକୁ ଯିବେ ସବୁକିଛି ଯୋଜନା ମଧ୍ୟ କରିଥିଲେ । ସେଥିପାଇଁ କିଏ ଆଗୁଆ ମୁଭି ଟିକେଟ୍ ବୁକ୍ କରିଦେଇଥିଲେ ତ କିଏ ପ୍ରେମିକାକୁ ଆଚମ୍ବିତ କରିବା ପାଇଁ ରେସ୍ତୋରାଁ ବୁକ୍ କରିଥିଲେ ।

ତେବେ ପ୍ରେମର ପରିଭାଷା ପରିପ୍ରକାଶ କରିବା ପାଇଁ ଗୋଟିଏ ଜୀବନ କ’ଣ ସାତ ଜନ୍ମ ମଧ୍ୟ କମ୍ ପଡିଯାଇଥାଏ। ତଥାପି ଗୋଟିଏ ଦିନ ନିଜ ମନର ମଣିଷ ସହ ଏକାନ୍ତରେ କାଟିବା ଉଦ୍ଦେଶ୍ୟରେ ପ୍ରେମୀ ଯୁଗଳ ଭାଲେଣ୍ଟାଇନ୍ସ ଡେକୁ ସାରା ବର୍ଷ ଅପେକ୍ଷା କରିଥାନ୍ତି। ଏସବୁ ଭିତରେ ବି ପ୍ରେମକୁ ଗୋଟିଏ ଦିବସ କିମ୍ବା ଗୋଟିଏ ସପ୍ତାହ ଭିତରେ ବାନ୍ଧି ରଖିବା ଅସମ୍ଭବ। ମଣିଷର ମୃତ୍ୟୁ ପରେ ବି ତା ପ୍ରେମ ଅନ୍ୟ ପାଇଁ ଉଦାହରଣ ସାଜେ। ସେଥିପାଇଁ ତ ରୋମିଓ ଜୁଲିଏଟଙ୍କଠୁ ଆରମ୍ଭ କରି ଅନେକ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଆଜି ବି ଅମର ହୋଇ ରହିଛି।

ତେବେ ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ ରୋମ୍‌ର ଜଣେ ସନ୍ଥଙ୍କ ନାମ। ଭାଲେଣ୍ଟାଇନ୍ସ ଡେ’ର ପର୍ବ ଆରମ୍ଭ ହୁଏ ରୋମାନ ରାଜତ୍ୱ କାଳରୁ। ରୋମରେ ସେତେବେଳେ ଶାସନ କରୁଥାନ୍ତି ଅତି ନିଷ୍ଠୁର ଶାସକ କ୍ଲାଉଡିୟସ୍ ଦ୍ୱିତୀୟ। ଅତି କ୍ରୁର ଓ କଠୋର ଶାସନ ପାଇଁ ତାଙ୍କର ସେନା ବାହିନୀରେ କୌଣସି ଯୁବକ ଯୋଗ ଦେବାକୁ ଅନିଚ୍ଛା ପ୍ରକାସ କରୁଥିଲେ। ତାଙ୍କର ଭ୍ରାନ୍ତ ଧାରଣା ଥିଲା ଯେ, ରାଜ୍ୟର ସବୁ ଲୋକେ ସେମାନଙ୍କର ପ୍ରିୟଜନ ଓ ପରିବାରଙ୍କ ସହ ଅୟସ ଆରାମରେ ଜୀବନ ବିତାଉଥିବାରୁ ସେନାବାହିନୀରେ କେହି ଯୋଗ ଦେଉନାହାଁନ୍ତି। ସେଥିପାଇଁ ସେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ନିଷେଧାଦେଶ ଜାରି କରିଥିଲେ ଏବଂ ଆଉ ଏକ ତାଙ୍କର ଧାରଣା ଥିଲା ଯେ ସେନାବାହିନୀରେ ସିପାହୀମାନେ ସେମାନଙ୍କ ପ୍ରେମିକା ସହ ସମ୍ପର୍କ ରଖିବା ବା ବିବାହ କରିବା ଦ୍ୱାରା ଶକ୍ତିହୀନ ହୋଇଯିବେ। ସେଥିପାଇଁ ସେମାନଙ୍କୁ ନାନା କଟକଣା ଜାରି କରିଥିଲେ।
ସେହି ରାଜ୍ୟରେ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଏପରିକି ସେ ଲୁଚି ଲୁଚି ଅନେକ ବାହାଘର ମଧ୍ୟ କରାଇଥିଲେ। ଏହା ଜଣାପଡିବା ପରେ ରାଜାଙ୍କ କ୍ରୋଧର ଶିକାର ହୋଇଥିଲେ ସନ୍ଥ ଭାଲେଣ୍ଟାଇନ୍। ତାଙ୍କୁ ବନ୍ଦୀ କରାଯାଇଥିଲା। ଖ୍ରୀଷ୍ଟାବ୍ଦ ୨୬୯ ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେବେଠାରୁ ଏହି ଦିନଟିକୁ ପ୍ରେମ ଏବଂ ସମର୍ପଣର ପ୍ରତୀକ ଭାବରେ ବିବେଚନା ହେଲା ଏବଂ ଫେବ୍ରୁଆରୀ ୧୪କୁ ଭାଲେଣ୍ଟାଇନ୍ସ ଡେ’ ଭାବରେ ପାଳନ ଆରମ୍ଭ ହେଲା।

  • Related Posts

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading
    ବାହାଘର ପରେ କାହିଁକି ମୋଟା ହୋଇଯାଆନ୍ତି ଝିଅମାନେ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ୟ୍ୟ

    ବାହାଘର ପରେ ଝିଅଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଥାଏ। ନିଜ ଘରେ ଆରାମ ଓ ବିନା ଚିନ୍ତା ରହୁଥିବା ଝିଅ ଯେତେବେଳେ ଶାଶୁ ଘରେ ପାଦ ରଖେ ସେସମୟରୁ ହିଁ ଏକ ନୂଆ ଜୀବନ ଆରମ୍ଭ ହୋଇଯାଇଥାଏ। ପରିବାରର ସଦସ୍ୟଙ୍କ ଖାଇବାଠୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ