ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ରର ମହାୟୁତି ସରକାର ଆଜି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛି। ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ନିଜ ପାଖରେ ଗୃହ ବିଭାଗ ରଖିଥିବା ବେଳେ ଏନସିପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ ସହ ଯୋଜନା ବିଭାଗ ମିଳିଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ମହାୟୁତି ୨.୦ ସରକାରର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଶିବସେନାର ଏକନାଥ ସିନ୍ଦେ ଗୃହ ବିଭାଗ ଚାହୁଁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ନଗର ଉନ୍ନୟନ, ଗୃହ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପଦ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ସବୁଠାରୁ ଅଧିକ ବିଭାଗ ନିଜ ପାଖରେ ରଖିନ୍ତି। ଗୃହ ସହ ଶକ୍ତି, ଆଇନ ଓ ନ୍ୟାୟପାଳିକା, ସାଧାରଣ ପ୍ରଶାସନ ଓ ସୂଚନା ଏବଂ ପ୍ରଚାର ବିଭାଗର ମନ୍ତ୍ରୀ ମଧ୍ୟ ସେ ହୋଇଛନ୍ତି। ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।ଅନ୍ୟପକ୍ଷରେ ଶିବସେନା ନେତା ଉଦୟ ସାମନ୍ତଙ୍କୁ ଶିଳ୍ପ, ବିଜେପିର ପଙ୍କଜା ମୁଣ୍ଡେଙ୍କୁ ପରିବେଶ ଓ ଏନସିପିର ମାଣିକରାଓ କୋକାଟାଙ୍କୁ କୃଷି ବିଭାଗର ମନ୍ତ୍ରୀ କରାଯାଇଛି। ବିଜେପିର ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ପଦ ମିଳିଛି।

ଗଣେଷ ନାଏଙ୍କୁ ଜଙ୍ଗଲ ଓ ଶିବସେନାର ଦାଦା ଭୂଷେ ସ୍କୁଲ ଶିକ୍ଷାର ମନ୍ତ୍ରୀ ହୋଇଛନ୍ତି। ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ରାଜସ୍ୱ ବିଭାଗ ସମ୍ଭାଳିବେ।

ବିଜେପିର ଅନ୍ୟତମ ବିରିଷ୍ଠ ନେତା ରାଧାକୃଷ୍ଣ ଭିଖେ ପାଟିଲଙ୍କୁ ଜଳ ସମ୍ପଦ ବିଭାଗ ମିଳିଥିବା ବେଳେ ଏନସିପି ନେତା ହାସନ ମୁଶରିଫ ମେଡିକାଲ ଶିକ୍ଷା ବିଭାଗ କଥା ବୁଝିବେ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି