ତିନି ସେବକଙ୍କୁ କୈଫିୟତ୍ ତଲବ

ପୁରୀ:ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି।

ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି। ସେହିପରି ଶ୍ରୀ ମାଧବ ଖୁଣ୍ଟିଆ (ହାତୀ) ଓ ଶ୍ରୀ ମଧୁସୂଦନ ଖୁଣ୍ଟିଆ (ଷଣ୍ଢି) ମଧ୍ୟ ସେବା ସମ୍ପାଦନରେ ବାଧା ସୃଷ୍ଟି କରି ବିଶୃଂଖଳା ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଛି।ଉକ୍ତ ତିନିଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶ୍ରୀ ରାମକୃଷ୍ଣ ଖୁଣ୍ଟିଆଙ୍କ ବିରୋଧରେ ଜାରି ହୋଇଥିବା ଶାଢ଼ୀବନ୍ଧା ଆଦେଶ କାହିଁକି ପ୍ରତ୍ୟାହାର କରାଯିବ ନାହିଁ, ସେ ବିଷୟରେ ସନ୍ତୋଷଜନକ ଉତ୍ତର ଦେବା ପାଇଁ ମଧ୍ୟ ନୋଟିସ୍ ଜାରି କରାଯାଇଛି।ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ଅଧିକାଂଶ ସେବକଙ୍କ ସହଯୋଗ ଓ ସମନ୍ୱୟରେ ସେବାପୂଜା ଶୃଂଖଳିତ ଭାବେ ସମ୍ପାଦିତ ହୋଇଆସୁଥିବା ବେଳେ କିଛି ସେବକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଉଲ୍ଲେଖ କରିଛନ୍ତି। ବିଶୃଂଖଳ ଆଚରଣ ପ୍ରତି ଶ୍ରୀମନ୍ଦିର ଆଇନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସଚେତନ କରାଇଛନ୍ତି।ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ ସହଯୋଗ ଓ ସମନ୍ୱୟ ରକ୍ଷା କରୁଥିବା ସମସ୍ତ ସେବକଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ