ଲାଇଫ ପାର୍ଟନରଙ୍କୁ ପୁରୁଣା ଲଭ ଷ୍ଟୋର କହିବା ଦରକାର ନା ନାହିଁ, ଜାଣନ୍ତୁ

ବିବାହ ଗୋଟିଏ ନୂଆ ଜୀବନର ଶୁଭାରମ୍ଭ ହୋଇଥାଏ । ଯେଉଁଠାରେ ଗୋଟିଏ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଦୁହେଁ ସାଙ୍ଗ ହୋଇ ଚାଲନ୍ତି । କୁହାଯାଏ କି, ଗୋଟିଏ ସମ୍ପର୍କ ଗଢ଼ିବା ପାଇଁ ସତ୍ୟରେ ହିଁ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରେ ବିବାହ ସେଭଳି ଲୋକଙ୍କ ପାଇଁ କାଠିକର ପାଠ ହୋଇଥାଏ ଯେଉଁମାନେ ବିବାହ ପୂର୍ବରୁ ଆଉ କାହା ସହ ଲଭ ରିଲେସନରେ ଥାଆନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ଟେନସନ ରେ ରୁହନ୍ତି । କିଛି ଲୋକ ଏ ସବୁ ଭିତରେ ନିଷ୍ପତ୍ତି ନେଇପାରନ୍ତି ନାହିଁ କି ସେ ମନ ହାଲକା କରିବା ପାଇଁ ତାଙ୍କ ଲାଇଫ ପାର୍ଟନରଙ୍କୁ ଏ ବିଷୟରେ ଜଣାଇବେ କି ନାହିଁ । କିନ୍ତୁ ଏହି ଡ଼ର ବି ରୁହେ କି ଅତୀତରେ ବିତିଯାଇଥିବା ଘଟଣା ଆପଣଙ୍କ ଭବିଷ୍ୟତ ଉପରେ ପ୍ରଭାବ ନ ପକାଉ ବା ବର୍ତ୍ତମାନ ସମ୍ପର୍କ ଖରାପ ନହେଉ । ତେବେ ଜାଣନ୍ତୁ ଏ ବିଷୟରେ କିଛି ଟିପ୍ସ…

ଲାଇଫ ପାର୍ଟନରଙ୍କୁ ଅତୀତ ବିଷୟରେ କହିବା ଉଚିତ କି ?
ରିଲେସନସିପ ଏକ୍ସପର୍ଟଙ୍କ କହିବା ଅନୁସାରେ, ଲାଇଫ ପାର୍ଟନରଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ନିଜ ଅତୀତ ବିଷୟରେ କହିବା ଉଚିତ୍‌ । ଏହା ଆପଣଙ୍କର ସତ୍ୟତା ଓ ନିଷ୍ଠାବାନ ଗୁଣକୁ ଦର୍ଶାଏ, ଯାହା ବାହାଘର ପରି ଗୋଟିଏ ସମ୍ପର୍କରେ ରହିବା ଏକାନ୍ତ ଆବଶ୍ୟକ । କାହା ସହିତ ନିଜ ଅତୀତ ଭଲପାଇବା ବିଷୟରେ କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିନେବା ଆବଶ୍ୟକ, ଯେ ସେ ଆପଣଙ୍କ ଏହି କଥାକୁ କିପରି ଗ୍ରହଣ କରିବେ । ଯଦି ଆପଣଙ୍କୁ ଲାଗୁଛି କି ଏ ବିଷୟରେ ତାଙ୍କୁ ନଜଣାଇବା ହିଁ ଭଲ ତେବେ ଆପଣ ଏହାକୁ ନିଜ ଭିତରେ ହିଁ ରଖିବା ଆବଶ୍ୟକ । କହିବାକୁ ଗଲେ ତ ଲୋକେ ଏବେ ବହୁତ ମଡର୍ଣ୍ଣ ଓ ଖୋଲା ବିଚାର କରିବା ଭଳି ସବୁ କଥାକୁ ଗ୍ରହଣ କରିବା ଭଳି ହେଇଗଲେଣି ।

ଯେତେବେଳେ ପର ବିଷୟରେ କଥା ଅଛି ସେତେବେଳେ ଲୋକେ ଏପରି ଦର୍ଶାନ୍ତି ଓ ଅନ୍ୟକୁ ଜର୍ଜ କରନ୍ତି । କିନ୍ତୁ ଯେତେବେଳେ କଥାଟି ନିଜ ଉପରେ ଆସିଯାଏ ସେତେବେଳେ ସେ ନିଜ ଭାବନା ଉପରେ ଫୋକସ କରନ୍ତି । ଏହିସବୁ କ୍ଷେତ୍ରରେ ଯଦି ଝିଅଙ୍କ କଥା ଦେଖିବେ ଓ ତାଙ୍କର ବିବାହ ପୂର୍ବର ଲଭ ରିଲେସନ ଅଛି ତେବେ ସିଧାସଳଖ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ନିର୍ଦ୍ଦେଶ ହୁଏ । ଅନ୍ୟପକ୍ଷରେ ପୁଅଟିଏ ହେଲେ ଏହାକୁ ଗର୍ବ ବୋଲି ଧରିନିଆଯାଏ ।

ପ୍ରଥମ ଦେଖାରେ କେବେହେଲେ କୁହନ୍ତୁ ନାହିଁ
କିଛି ସମୟରେ ଲୋକ ବଥାବାର୍ତ୍ତା ଆଗକୁ ବଢ଼ାଇବା ପରିବର୍ତ୍ତେ ସିଧାସଳଖ ନିଜ ଅତୀତ ବିଷୟରେ କହିଦେଇଥାନ୍ତି । କାରଣ ତାଙ୍କର ଏହି ଧାରଣା ଥାଏ କି ଏକାଠି ସମ୍ପର୍କ ଗଢ଼ିବା କି ନାହିଁ । କିନ୍ତୁ ଏପରି କରିବା ଭୁଲ । ଆପଣ ପ୍ରଥମେ ଆପଣଙ୍କ ପାର୍ଟନରଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ଯଦି କହିବା ଠିକ୍‌ ଭାବୁଛନ୍ତି ତେବେ କୁହନ୍ତୁ ନଚେତ ଏହାକୁ ନିଜ ଭିତରେ ହିଁ ରଖି ନୂଆ ସମ୍ପର୍କ ଆରମ୍ଭ କରନ୍ତୁ । ଯାଦି ଆପଣ ଭାବୁଛନ୍ତି କି ଏପରି କରିବା ଧୋକା ଦେବା ସହ ସମାନ, ଏପରି ଭାବିବା ଆପଣଙ୍କ ଭୁଲ ଆପଣ ଗୋଟିଏ ନୂଆ ସମ୍ପର୍କ ସହ ନୂଆ ଜୀବନ ମଧ୍ୟ ଆରମ୍ଭ କରୁଛନ୍ତି । ତେଣୁ ଅତୀତକୁ ପଛରେ ଛାଡ଼ିଦେବା ଉଚିତ୍‌ ।

ଲଭ ଲାଇଫ ବିଷୟରେ କହିବା ପୂର୍ବରୁ ରୁହନ୍ତୁ ସାବଧାନ
ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପାର୍ଟନର ଆପଣଙ୍କ ଅତୀତ ଲଭ ରିଲେସନକୁ ଗ୍ରହଣ କରିବେ, ତେବେ ଆପଣ କେବଳ ତାଙ୍କୁ ଆପଣଙ୍କ ଅତୀତ ଭଲପାଇବା ବିଷୟରେ କୁହନ୍ତୁ । ଡ଼ିଟେଲସରେ କିଛି କୁହନ୍ତୁ ନାହିଁ । କାରଣ ଏହା ଆପରଙ୍କ ପାର୍ଟନରଙ୍କୁ ଅପକମ୍ଫଟେବୁଲ କରିଦେଇପାରେ ।

ଯଦି ପାର୍ଟନର ନିଜେ ପଚାରନ୍ତି ଆପଣଙ୍କ ପାଷ୍ଟ ବିଷୟରେ ତେବେ କ’ଣ କରିବେ?
ଯଦି ଆପଣଙ୍କ ପାର୍ଟନର ଏହାକୁ ବୁଝୁଛନ୍ତି ଓ ଆପଣଙ୍କ ଭବିଷ୍ୟତ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେବେ ସେ ବିଷୟରେ ଜଣାନ୍ତୁ । ନଚେତ ପଚାରିଲେ ମଧ୍ୟ କିଛି ବାହାନା କରି କଥାକୁ ଏଡ଼ାଇ ଦିଅନ୍ତୁ । ଏବଂ ସହାନୁଭୂତି ପାଇବା ଆଶାରେ କେବେ ବି ସବୁ କଥା କୁହନ୍ତୁ ନାହିଁ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ