କ୍ଷେତରେ ଟଳିପଡ଼ିଲେ ଚାଷୀ

ବାଲିପାଟଣା: ଆଉ ଦିନ କେଇଟା ପରେ ଝିଅ ବିବାହ କରିଥାନ୍ତେ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଝିଅକୁ କନ୍ୟା ବେଶରେ ଦେଖିବା ଆଗରୁ ଆଖି ବୁଜିଲେ ବାପା । ପରିବା କ୍ଷେତରେ କାମ କରୁଥିବାବେଳେ ଟଳିପଡ଼ିଲେ । ବାଲିପାଟଣା ଥାନା ଗାରେଡିପାଞ୍ଚଣ ଗ୍ରାମରେ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଚାଷୀ ହେଲେ ମନୋରଞ୍ଜନ ବାରିକ ଓରଫ ବିଜୟ(୫୨) ।

ସୂଚନା ଅନୁଯାୟୀ,ଶୁକ୍ରବାର ପୂର୍ବାହ୍ଣରେ ସେ ଘର ପାଖ ମାଣିକ ପୋଖରୀ ନିକଟରେ ଥିବା ପରିବା କ୍ଷେତ୍ରରେ କାମ କରୁଥିଲେ । ହଠାତ୍ ମୁଣ୍ଡ ବୁଲାଇବାରୁ କାମ ବନ୍ଦ କରି ଘରକୁ ବାହାରିଥିଲେ । ହଠାତ୍ ଛାତିରେ ଜୋର ଯନ୍ତ୍ରଣା ହେବା ସହ ରକ୍ତବାନ୍ଦି ହୋଇଥିଲା । ଜମିଠାରୁ କିଛି ବାଟ ଯିବା ପରେ ସେ ମୁହଁମାଡ଼ି ତଳେ ପଡ଼ିଯାଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜି ଖୋଜି କ୍ଷେତ ଯାଏ ଆସିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିପାଟଣା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବିଜୟ ପୂର୍ବତନ ୱାର୍ଡସଭ୍ୟ ଥିଲେ । ଘରେ ପତ୍ନୀ ବାସନ୍ତୀ, ପୁଅ ଅବିନାଶ ଓ ଝିଅ ଇପ୍ସିତା ଅଛନ୍ତି । ଏହି ଦୁଃଖରେ ମଧ୍ୟ ସେମାନେ ବିଜୟଙ୍କ ଚକ୍ଷୁଦାନ କରିଛନ୍ତି । ଗାଁ ଶ୍ମଶାନରେ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସରପଞ୍ଚ ଶକୁନ୍ତଳା ଭୋଇ, ସମିତି ସଭ୍ୟା ତଥା ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ଜେନା, ଗ୍ରାମର ମୁରବୀ ସୁବ୍ରତ କୁମାର ସେନାପତି, ଶକ୍ତି ପ୍ରସାଦ ପ୍ରତିହାରୀ, ସୁନୀଲ ସେନାପତି, ହରିହର ଭଟ୍ଟ, ନେତ୍ରାନନ୍ଦ ସାହୁ, ପ୍ରୀତମ ସେନାପତି, ଟବୁଲା ଭୋଇଙ୍କ ସହ ଗ୍ରାମର ବହୁ ଲୋକ ଉପସ୍ଥିତ ଥିଲେ।

  • Related Posts

    କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

    କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା…

    Continue reading
    ଏପ୍ରିଲ ୨ରୁ ରାଜ୍ୟରେ ପିୟୁସିସି ଯାଞ୍ଚ୍ କଡ଼ାକଡ଼ି

    କଟକ: ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ)…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ