ବଢ଼ିବ ବିୟର ଦର

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ବିୟର ବୋତଲ/କେନ୍‌ ପିଛା ୧୦ ଟଙ୍କା ବଢ଼ିଥିଲା । ଜାନୁଆରୀ ମାସରୁ ବିୟର ପିଛା ପୁଣି ୧୦ ଟଙ୍କା ବଢ଼ାଇବେ । ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପିଦେବା ଚକର୍‌ରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି । ଯାହା ଖବର ମିଳିଛି ମଦ ନିଗମ ପାଖରେ ୯ ଲକ୍ଷ ପେଟି ବିୟର ଗଚ୍ଛିତ ଅଛି । ଦର ବଢ଼ିଲେ ଏଥିରୁ ଅତି କମ୍‌ରେ ସରକାର ପାଖାପାଖି ୯୦ କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ । ରାଜ୍ୟରେ ଦିନକୁ ଦିନ ବିୟରର ଚାହିଦା ବଢ଼ିବାରେ ଲାଗିଛି । ସରକାର ୧୫ ପ୍ରକାର ବିୟର ବିକ୍ରି କରୁଛନ୍ତି । ସେଥିରୁ କିଙ୍ଗ୍‌ଫିସ୍‌ର, ବଡ୍‌ଭାଇଜର୍‌ ଓ ମହାରାଣୀ ଗ୍ରାହକଙ୍କ ପ୍ରଥମ ପସନ୍ଦ । ଏହି ୩ଟି ବ୍ରାଣ୍ଡ ୮୫% ବିକ୍ରି ହେଉଥିବା ବେଳେ ବାକି ବିୟର ୧୫% ବିକ୍ରି ହେଉଛି । ବିଦେଶୀ ମଦ ଅପେକ୍ଷ ବିୟର ବିକ୍ରି ଅଧିକ ହେଉଥିବାରୁ ବିୟର ବୋତଲ ଓ କେନ୍‌ ପିଛା ୧୦ ଟଙ୍କା ବଢ଼ାଇବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ।
ଗତ ସେପ୍ଟେମ୍ବର ମାସରେ ବିୟର ସିନା ୧୦ ଟଙ୍କା ବଢ଼ାଇଲେ, ହେଲେ ବୋତଲ ଓ କେନ୍‌ରେ ପୁରୁଣା ଦାମ୍‌ ରହିଥିଲା । ଏବେବି କିଛି ଦୋକାନରେ ପୁରୁଣା ଦାମ୍‌ ଲେଖାଥିବା ବିୟର ମିଳୁଛି । ଦାମ୍‌ ଦେଖି ବିୟର କିଣୁଥିବା ଗ୍ରାହକଙ୍କୁ ଅଧିକ ୧୦ ଟଙ୍କା ମାଗୁଥିବା ଦୋକାନୀ ପାଇଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଜାନୁଆରୀ ମାସରେ ପୁଣି ୧୦ ଟଙ୍କା ବଢ଼ାଇବେ ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ