ଇରାନକୁ ଧ୍ୱଂସ କରିବାକୁ ଟ୍ରମ୍ପ ସ୍ଥିର କଲେ ନୂଆ ଡେଡ୍‌ଲାଇନ୍

ନୂଆଦିଲ୍ଲୀ: ବନ୍ଦ ହେଉନି ଯୁଦ୍ଧ । ବଢୁଛି ବିଶ୍ୱର ଚିନ୍ତା । ୩୮ ଦିନ ପରେ ବି ଲଢୁଛି ଇରାନ । ଚରମସ୍ଥିତିରେ ପହଞ୍ଚିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ହୋର୍ମୁଜ ବନ୍ଦ ଥିଲା ବାଉଳିଚାଉଳି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ।ଇରାନକୁ କେତେବେଳେ ଧମକ ତ ପୁଣି କେତେବେଳେ ଅଶଭ୍ୟ ଭାଷାରେ ଗାଳି ଦେଉଛନ୍ତି । ଏବେ ଇରାନକୁ ଧ୍ୱଂସ କରିବାକୁ ନୂଆ ସମୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ମଙ୍ଗଳବାର ରାତି ୮ ଯାଏ ତେହେରାନକୁ ନୂଆ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ମଙ୍ଗଳବାର ପରେ ଯୁଦ୍ଧର ଗତି କଣ ହେବ ତାକୁ ନେଇ ଚିନ୍ତା ବଢିଛି । ତେବେ ଇରାନ ଜବାବ ଦେବ ବୋଲି କହିଛି ।
ଇରାନ ଚାହିଁଲେ ଚୁକ୍ତି ହୋଇପାରିବ । କିନ୍ତୁ ଏଥିପାଇଁ ମାତ୍ର ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ସମୟ ଅଛି । ଏହା ଏକ ଭଲ ସୁଯୋଗ । ଯଦି ଇରାନ ତୁରନ୍ତ ଚୁକ୍ତି କରିବାରେ ବିଫଳ ହୁଏ, ତେବେ ମୁଁ ଏହାର ସବୁ କିଛି ଉଡ଼ାଇଦେବି । ଏହାର ତେଲକୁ ନେଇଯିବି । ମଙ୍ଗଳବାର ଇରାନରେ ବିନାଶଲୀଳା ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ଇରାନକୁ ଏଭଳି ଧମକ ଦେଇଛନ୍ତି । ୨୪ ଘଣ୍ଟାରେ ଦ୍ୱିତୀୟ ଥର ଧମକାଇଛନ୍ତି ଟ୍ରମ୍ପ୍‌ । ଏମିତିକି ସେ ଅଶ୍ରାବ୍ୟ ଭାଷାରେ ଗାଳି ବି କରିଛନ୍ତି । ହୋର୍ମୁଜ ପ୍ରଣାଳୀ ନ ଖୋଲିଲେ ଭୟଙ୍କର ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି । ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ୍‌ ଲେଖିଛନ୍ତି, ଇରାନ ଯଥାଶୀଘ୍ର ହୋର୍ମୁଜ ପ୍ରଣାଳୀ ଖୋଲିଦେବା ଉଚିତ । ନଚେତ୍‌ ଏହାର ସବୁ ଛାରଖାର କରି ଦିଆଯିବ । ‘ହୋର୍ମୁଜ ଖୋଲ ନହେଲେ ନର୍କକୁ ଯିବ’ ବୋଲି କହିଛନ୍ତି ଟ୍ରମ୍ପ୍‌ । ଟ୍ରମ୍ପ୍‌ ଇରାନର ବିଦ୍ୟୁତ ପ୍ଲାଣ୍ଟ, ବ୍ରିଜ୍‌ ଭଳି ଭିତ୍ତିଭୂମି ବ୍ୟବସ୍ଥା ଉପରେ ସାଙ୍ଘାତିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ।
ଆମେରିକାର ଧମକ ବିଶ୍ୱ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ସେ ବର୍ତ୍ତମାନ ଇରାନ ସହିତ ଆଲୋଚନାରେ ନିୟୋଜିତ ଅଛନ୍ତି, ଯୁଦ୍ଧ ମଧ୍ୟରେ ସେ ପଛକୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି । ମଙ୍ଗଳବାରର ଶେଷ ତାରିଖ ପୂର୍ବରୁ ଏକ ଚୁକ୍ତି ହେବାର ସମସ୍ତ ସମ୍ଭାବନା ଅଛି, କିନ୍ତୁ ଧମକ ମଧ୍ୟ ଦେଇଛନ୍ତି, ” ଯଦି ସେମାନେ ଏକ ଚୁକ୍ତି ନ କରନ୍ତି, ତେବେ ମୁଁ ସେଠାରେ ସବୁକିଛି ଉଡ଼ାଇ ଦେବି ।” ​​​​​​​

ଇରାନ କହିଲା ଉପଯୁକ୍ତ ଜବାବ ଦେବୁ- ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି । ଇରାନ ପାଖରେ ଆଜି ପର୍ଯ୍ୟନ୍ତ ଏକ ସମୟସୀମା ଅଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଯେ, ଇରାନ ପାଖରେ ଏକ ଚୁକ୍ତି କରିବା ପାଇଁ ସମୟ ଅଛି, ଯଦି ଏହା ନ ହୁଏ, ତେବେ ମୁଁ ସବୁକିଛି ନଷ୍ଟ କରିଦେବି। ଟ୍ରମ୍ପଙ୍କ ଏହି ଧମକର ଇରାନ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ । ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଧମକର ଜବାବ ଦେଇ କହିଛନ୍ତି ଯେ, ଆମେରିକାର ଏପରି ପଦକ୍ଷେପ ସମଗ୍ର ଅଞ୍ଚଳକୁ ଏକ ବଡ଼ ସଂଘର୍ଷ ଆଡ଼କୁ ଠେଲି ଦେଉଛି । ଇରାନ ପ୍ରତ୍ୟେକ ଆକ୍ରମଣର ଉଚିତ୍ ଜବାବ ଦେବ। ସେ ଚେତାବନୀ ଦେଇଛନ୍ତି ଯେ ଆମେରିକାର ନୀତି ପ୍ରତ୍ୟେକ ପରିବାର ପାଇଁ ଏକ ଜୀବନ୍ତ ନର୍କ ପାଲଟିପାରେ ।

  • Related Posts

    ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ‘ସ୍ୱପ୍ନ, ସଂକଳ୍ପ ବଡ଼ ହେଲେ ସାମର୍ଥ ବି ବଡ଼ ହେବ’

    ନୂଆଦିଲ୍ଲୀ: ”ଆଜି ପ୍ରତିଟି ଘର ତ୍ରିରଙ୍ଗା । ପ୍ରତିଟି ମନ ତ୍ରିରଙ୍ଗା । ଦେଶ ନୂଆ ସଂକଳ୍ପର ସହ ଆଗକୁ ବଢୁଛି । ପ୍ରଥମ ଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଶୁଭିଲା । ଆଉ ଛୋଟ ସ୍ୱପ୍ନ ଦେଖିଲେ ଚଳିବନି…

    Continue reading
    ନଡ୍ଡା ଅସୁସ୍ଥ, ଏମ୍ସରେ ଭର୍ତ୍ତି

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍‌ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ