ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ପରେ କମ୍ବିଂ ଅପରେସନ୍‌କୁ ଜୋରଦାର୍‌ କରାଯାଇଛି। ଏହି ଘଟଣାଟି ସରଣ୍ଡା ଜଙ୍ଗଲର ଛୋଟନାଗରା ଥାନା ଅଞ୍ଚଳର ବାଲିବା ଜଙ୍ଗଲରେ ଘଟିଛି। କୋବ୍ରା ବାଟାଲିଅନ୍‌ର ଯବାନ୍‌ମାନେ ଜଙ୍ଗଲରେ କମ୍ବିଂ ଅପରେସନ୍‌ କରିବା ସମୟରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା ।
ଏଥିରେ କୋବ୍ରା ବାଟାଲିଅନ୍‌ ୨୦୫ର ଯବାନ୍‌ ଅନୁଜ କୁମାର ଆହତ ହୋଇଛନ୍ତି। ତାଙ୍କ ପାଦରେ ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣା ପରେ ବହୁ ସଂଖ୍ୟକ ଯବାନ୍‌ ମୁତୟନ କରାଯିବା ସହ ସଂପୂର୍ଣ୍ଣ ଅଞ୍ଚଳକୁ ଛାନ୍‌ଭିନ୍‌ କରାଯାଉଛି। ଆହତ ଯବାନ୍‌ଙ୍କ ଚିକିତ୍ସା ପାଇଁ ତତ୍କାଳ ବ୍ୟବସ୍ଥା କରାଯାଇଥିବା ଚାଇବାସା ଏସ୍‌ଡିପିଓ ବହାମନ୍‌ ଟୁଟି କହିଛନ୍ତି। ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁଆରିରେ ସରଣ୍ଡା ଜଙ୍ଗଲରେ ‘ଅପରେସନ୍‌ ମେଘା ଗୁରୁ’ ଚାଲୁ କରାଯାଇଥିଲା। ଏହି ଅଭିଯାନରେ କୋବ୍ରା ବାଟାଲିଅନ୍‌, ଝାଡ଼ଖଣ୍ଡ ଜାଗୁଆର ଏବଂ ସିଆରପିଏଫ୍‌ର ପ୍ରାୟ ୪ହଜାର ଯବାନ ସାମିଲ ହୋଇଛନ୍ତି। ଏହି ଅପରେସନ୍‌ରେ ୧୬ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ୪୫ ଦିନିଆ ଅସ୍ତ୍ରବିରତି ନେଇ ଇରାନ-ଆମେରିକା ମଧ୍ୟରେ ଆଲୋଚନା ଜାରି

    ୱାସିଂଟନ/ତେହେରାନ: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ସୋମବାର ଏକ ବିବୃତି ଜାରି କରି ଚେତାବନୀ ଦେଇଛି ଯେ, ଯଦି ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରନ୍ତି ତେବେ ଆମେ ଅଧିକ ଭୟଙ୍କର ଭାବେ ଜବାବ ଦେବୁ। ଏହି ଚେତାବନୀ ଏପରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ