ସେନ୍‌ସେକ୍ସ ୭୫୩ ପଏଣ୍ଟ ବୃଦ୍ଧି ସେୟାର ବଜାରରେ ଉତ୍ସାହ

ମୁମ୍ବାଇ: ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ସେୟାର କାରବାର ଉତ୍ସାହଜନକ ରହିବା ପ୍ରଭାବରେ ମଙ୍ଗଳବାର ଭାରତର ଦୁଇ ଷ୍ଟକ୍‌ ବଜାରରେ ଭଲ କାରବାର ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୫୩ ପଏଣ୍ଟ ବୃଦ୍ଧି ପାଇ ୭୯,୨୭୩ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୨୧୨ ପଏଣ୍ଟ୍‌ ବୃଦ୍ଧି ସହ ୨୪,୫୭୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ଏଫ୍‌ଏମ୍‌ସିଜି ଓ ରିଅଲ ଇ‌ଷ୍ଟେଟ୍‌ ‌କ୍ଷେତ୍ରର ସେୟାରକୁ ନିବେଶକମାନେ ଅଧିକ ସଂଖ୍ୟା‌ରେ କିଣିଥିଲେ ଓ ଫାର୍ମା କ୍ଷେତ୍ରର ସେୟାରଗୁଡ଼ିକୁ ବିକ୍ରି କରିଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ପାଇଁ ସାରା ବିଶ୍ବର ସେୟାର ବଜାର କାରବାରରେ ଉତ୍ସାହ ଫେରିଛି। ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ପ୍ରମୁଖ ସଂସ୍ଥାର ସେୟାରକୁ ନିବେଶକମାନେ ଅଧିକ କିଣିଥିଲେ। ଆମେରିକୀୟ ବଣ୍ଡ୍‌ର ୟିଲ୍‌ଡ ହ୍ରାସ ପାଇଥିବାରୁ ବିଦେଶୀ ନିବେଶକମାନଙ୍କ ପାଇଁ ଭାରତୀୟ ବଜାର ପୁଣି ଥରେ ଆକର୍ଷଣୀୟ ହୋଇପାରିଛି। ତେଣୁ ସେମାନେ ଭାରତରେ ପୁନର୍ବାର ନିବେଶ କରିବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେମାନେ ୧.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ପ୍ରତ୍ୟାହାର କରିସାରିଛନ୍ତି।

  • Related Posts

    ପୁରୀରେ ବାଚସ୍ପତି କମିଟି ସମ୍ମିଳନୀ ଅନୁଷ୍ଠିତ

    ଭୁବନେଶ୍ୱର,୨୧/୦୪/୨୦୨୬: ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବିଧାନସଭା ଅଧ୍ୟକ୍ଷଙ୍କ କ୍ଷମତା ଓ ଦାୟିତ୍ୱର ସମୀକ୍ଷା ପାଇଁ ପୁରୀଠାରେ ‘ବାଚସ୍ପତି କମିଟି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରୱେକରଙ୍କ ଅଧ୍ୟକ୍ଷତାରେ ଓ ଓଡ଼ିଶାର ବାଚସ୍ପତି…

    Continue reading
    ଏପ୍ରିଲ ୨୦ରୁ ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ ଫେରସ୍ତ ପ୍ରକ୍ରିୟା ଆରମ୍ଭ

    ୱାସିଂଟନ: ଏପ୍ରିଲ ୨୦ରୁ ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ (ଆଇଇଇପିଏ) ବଳରେ ଲଗାଇଥିବା ଶୁଳ୍କ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଆମେରିକା ସୁପ୍ରିମକୋର୍ଟ ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର