ଭିସୁଟରେ ଦୁଇ ଛାତ୍ରଙ୍କୁ ରାଗିଂ, ଆର୍ଥିକ ଦଣ୍ଡ ଦେବାକୁ ନିଷ୍ପତ୍ତି

ସମ୍ବଲପୁର: ବୁର୍ଲା ଭିସୁଟ ଇଞ୍ଜିନିୟରିଙ୍ଗ ବିଶ୍ୱ ବିଦ୍ୟାଳୟରେ ରାଗିଂ ଅଭିଯୋଗ l ଦୁଇ ଜଣ ପ୍ରଥମ ବର୍ଷର ଛାତ୍ରଙ୍କୁ 4 ଜଣ ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ତେବେ ଗତ 15 ତଳେ ଭିସୁଟ ପରିସରରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କୁଳପତି ପ୍ରଫେସର ଦୀପକ କୁମାର ସାହୁ । ତଦନ୍ତ ପରେ ଅଭିଯୁକ୍ତ 4 ଛାତ୍ରଙ୍କୁ ଆର୍ଥିକ ଦଣ୍ଡ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଭିସୁଟ କର୍ତ୍ତୃପକ୍ଷ କହିଛନ୍ତି ।

ଭିସୁଟ କୁଳପତି ପ୍ରଫେସର ଦୀପକ କୁମାର ସାହୁ କହିଛନ୍ତି ଯେ, ରାଗିଂ ଘଟଣାଟି ଭିସୁଟର ମୁଖ୍ୟ ଗେଟ୍‌ ସମ୍ମୁଖରେ ଘଟିଥିଲା l ଘଟଣା ଘଟିବା ସମୟ ସେଠାରେ ନିୟୋଜିତ ଥିବା ସିକ୍ୟୁରିଟି ଗାର୍ଡ ଘଟଣା ସ୍ଥଳକୁ ଯାଇ ଏହାର ସମାଧାନ କରିଥିଲେ l ତେବେ ଏହା କୌଣସି ସଂଗଠିତ ରାଗିଂ ନଥିଲା l ଏହି ଘଟଣା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଲା ପରେ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଇ ଏହାକୁ ରାଗିଂ ଭାବରେ ଗ୍ରହଣ କରିଥିଲେ l

କୁଳପତି ଆହୁରି କହିଛନ୍ତି ଯେ, ପ୍ରଥମେ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ ହୋଇଥିଲା l ଏହି ଟିମ ଘଟଣାର ତଦନ୍ତ କରିଥିଲା l ଅଭିଯୁକ୍ତ ଛାତ୍ରଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା l ତେବେ ଘଟଣାକୁ ଆହୁରି ନିରପେକ୍ଷ କରିବା ପାଇଁ ଆଉ ଏକ କମିଟି ଗଠନ କରାଯାଇଥିଲା l ଏଥିରେ ସମ୍ବଲପୁର ଉପଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା, ବୁର୍ଲା ଥାନାର ଜଣେ ଅଧିକାରୀ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ, ଭିସୁଟର ଇଣ୍ଟରନାଲ କମିଟି ମେମ୍ବର, ଡିନ୍‌, ଷ୍ଟୁଡେଣ୍ଟ, ୱେଲଫେୟାର ଆଦି ସଦସ୍ୟ ଥିଲେ l

ଏହି କମିଟି ଘଟଣାର ତଦନ୍ତ କରି ଗତ ମଙ୍ଗଳବାର ଦିନ ରିପୋର୍ଟ ପ୍ରଦାନ କରିଥିଲେ l ତେବେ ରିପୋର୍ଟଟି ସମସ୍ତଙ୍କ ସ୍ଵାକ୍ଷର ହେବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ l ମୁଖ୍ୟତଃ ଦୋଷୀ ସାବ୍ୟସ୍ତ ହୋଇଥିବା ଛାତ୍ରଙ୍କୁ ଆର୍ଥିକ ଦଣ୍ଡ ଦେବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ତାହା କାଗଜପତ୍ରରେ ଆମ ପାଖକୁ ଆସିନି, ତାହା ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ l ତେବେ ଏହି ଘଟଣା ପ୍ରାୟ 15 ଦିନ ପୂର୍ବରୁ ଘଟିଥିଲା l ବର୍ତ୍ତମାନ ଭିସୁଟ ପରିସର ପୂରାପୁରି ରାଗିଂ ମୁକ୍ତ ହୋଇସାରିଛି ବୋଲି କୁଳପତି କହିଛନ୍ତି ।
ଏହା ସହ କୁଳପତି ଆହୁରି କହିଛନ୍ତି ଯେ, ଗତ 15 ଦିନ ତଳେ 2 ଜଣ ପ୍ରଥମ ବର୍ଷର ଛାତ୍ର ବିଜୁ ପଟ୍ଟନାୟକ ଇ.ଲର୍ଣ୍ଣିଙ୍ଗ ସେଣ୍ଟରରୁ ନିଜ କ୍ଲାସ ସାରି ରୋଡ଼ ଅତିକ୍ରମ କରି ଭିସୁଟ ମୁଖ୍ୟ ଗେଟ ଆଡକୁ ଆସୁଥିବା ବେଳେ 4 ଜଣ ସିନିୟର ଛାତ୍ର ପ୍ରଥମେ ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଜୋତାର ଲେସ୍‌ କାହିଁକି ବାନ୍ଧିନୁ ବୋଲି ପଚାରିବା ସହ ତାଗିଦ କରିଥିଲେ । ଏହା ପରେ ସେହି ଛାତ୍ରଙ୍କୁ ଛାଡି ଅନ୍ୟ ଜଣେ ଜୁନିୟର ଛାତ୍ରକୁ ଅଟକାଇ ସାର୍ଟକୁ କାହିଁକି ଭଲ ଭାବେ ପିନ୍ଧି ନାହୁଁ ଏପରି କିଛି କହି ଯୁକ୍ତିତର୍କ କରିଥିଲେ lଏହି ସମୟରେ ପ୍ରଥମେ ରାଗିଂର ଶିକାର ହୋଇଥିବା ଛାତ୍ର ଜଣକ ନିଜ ମୋବାଇଲରେ ଭିଡିଓ ସୁଟ କରିଥିଲେ l ଏହାକୁ ଦେଖି ସିନିୟର ଛାତ୍ର ମାନେ ସେହି ଛାତ୍ର ପାଖକୁ ଯାଇ କାହିଁକି ମୋବାଇଲରେ ଭିଡ଼ିଓ ରେକର୍ଡ କରୁଛୁ କହି ମୋବାଇଲକୁ ଛଡାଇ ନେବାକୁ ଚେଷ୍ଟା କରିଥିଲେ l ଏହି ସମୟରେ ମୋବାଇଲଟି ତଳେ ପଡି ଭାଙ୍ଗି ଯାଇଥିଲା l ଏହି ଘଟଣାକୁ ଦେଖି ସେଠାରେ ଥିବା ସୁରକ୍ଷାକର୍ମୀ ଘଟଣା ସ୍ଥଳକୁ ଯାଇ ଅଟକାଇଥିଲେ l ତେବେ ଏହି ଘଟଣା ଭିସୁଟ କର୍ତ୍ତୃପକ୍ଷ ନଜରକୁ ଆସିଲା ପରେ ତଦନ୍ତ ଆରମ୍ଭ ହୋଇଥିଲା l ମୁଖ୍ୟତଃ ଏହା ଏକ ସଂଗଠିତ ରାଗିଂ ନଥିଲା କିନ୍ତୁ, ଏହାକୁ ହାଲୁକାରେ ନେଲେ ଏହିଭଳି ଘଟଣା ଆଗକୁ ଘଟିପାରେ ଭାବି ଆମେ ଏନେଇ ତଦନ୍ତ ଆରମ୍ଭ କରିଥିଲୁ ବୋଲି କହିଛନ୍ତି ଭିସୁଟ କୁଳପତି ପ୍ରଫେସର ଦୀପକ କୁମାର ବେହେରା lକୁଳପତି ଆହୁରି କହିଛନ୍ତି ଯେ, ମୁଖ୍ୟତଃ କୌଣସି ଘଟଣା ସାମନାକୁ ଆସିଲେ ଏହାକୁ ତର୍ଜମା କରୁ ଯେ ଏହା ରାଗିଂ ଅଟେ ନାଁ ନୁହେଁ ବୋଲି l ତେବେ ଯେତେବେଳେ ବି ସିନିୟର ମାନେ ଜୁନିୟରଙ୍କୁ ଏହିଭଳି ବ୍ୟବହାର କରନ୍ତି ତାକୁ ରାଗିଂ ଭାବେ ଗ୍ରହଣ କରାଯାଏ l ଏହା ସହ ସମ୍ପୃକ୍ତ ପିଲାଙ୍କ ଅଭିଭାବକଙ୍କ ଠାରୁ ମଧ୍ୟ ଏକ ଅଣ୍ଡରଟେକିଙ୍ଗ ଅଣାଯାଇଛି ବୋଲି କୁଳପତି ସୂଚନା ଦେଇଛନ୍ତି l

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ