ଗରମ ଦିନେ ଏହିସବୁ କାରଣରୁ ବଢିଥାଏ ଓଜନ। କେମିତି ବଞ୍ଚିବେ ଏଥିରୁ?

ଖରାଦିନେ ଏମିତି ଅନେକ ଭୁଲ୍‌ ଯୋଗୁଁ ଓଜନ ବଢ଼ିଥାଏ। ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍‌ ଫୁଡ୍‌ ଖାଆନ୍ତି। ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ତଳେ ଦିଆଯାଇଥିବା ଏହି ସବୁ ଏଡ଼ାଇ ଚାଲନ୍ତୁ।

କମ୍‌ ସମୟ ଶୋଇବା
ନୀଦ ପୂରା ନ ହେଲେ ମେଟାବୋଲିଜମ୍‌ ଖରାପ ହୋଇଥାଏ। ଭୋକ ଅଧିକ ଲାଗିଥାଏ, ଏହା ଯୋଗୁଁ ଓଜନ ବଢିଥାଏ।

ଅଧିକ କୋଲ୍‌ଡ୍‌ ଡ୍ରିଙ୍କ୍‌ସ ପିଇବା
ଏଥିରେ ବହୁତ ମାତ୍ରାରେ କ୍ୟାଲୋରି ଓ ଫ୍ରୁକ୍ଟୋଜ୍‌ ନାମକ ଚିନି ରହିଥାଏ, ଯେଉଁଥିପାଇଁ ଓଜନ ବଢିଥାଏ।

ଆଉଟିଂ ସମୟରେ ଫାଷ୍ଟ୍‍ଫୁଡ୍‌ ଖାଇବା
ପିଜ୍ଜା, ବର୍ଗର, ନୁଡଲ୍‌ସ୍‌ ଭଳି ଫାଷ୍ଟ୍‍ଫୁଡ୍‌ରେ ଥିବା ଫ୍ୟାଟ୍‌ ଓ କ୍ୟାଲୋରିରୁ ଓଜନ ବଢ଼ିଥାଏ।

ଆଇସ୍‌କ୍ରିମ, ଫ୍ରୋଜନ୍‌ ଖାଦ୍ୟ ଅଧିକ ଖାଇବା
ଏଥିରେ ବହୁତ ପରିମାଣରେ ଚିନି ଓ ଫ୍ୟାଟ୍‌ ଥାଏ, ଯେଉଁଥିପାଇଁ ଓଜନ ବଢ଼ିଥାଏ।

ରାତ୍ରି ଭୋଜନ ବିଳମ୍ବରେ କରିବା
ରାତିରେ ମେଟାବୋଲିଜମ୍‌ ଧୀର ହୋଇଯାଏ। ଠିକ ଭାବରେ କ୍ୟାଲୋରି ବର୍ଣ୍ଣିଂ ହୋଇପାରି ନ ଥାଏ ଏଥିପାଇଁ ଓଜନ ବଢିଯାଏ।

ଅଧିକ ମାତ୍ରାରେ ଜୁସ୍‌ ଓ ସେକ୍‌ ପିଇବା
ଏଥିରେ ଚିନି ଓ କ୍ୟାଲୋରି ବହୁତ ଅଧିକ ମାତ୍ରାରେ ଥାଏ, ଯେଉଁଥିପାଇଁ ଓଜନ ବଢିଯାଏ।

ଅଧିକ ପାର୍ଟି କରିବା
ବିଳମ୍ବିତ ରାତିଯାଏଁ ପାର୍ଟି, ଜଙ୍କ୍‌ ଫୁଡ୍‌ ଓ ଆଲ୍‌କହଲ୍‌ ଓଜନ ବଢାଇ ଦିଏ।

ହୋଟେଲ୍‌ ଓ ରେସ୍ତୋରାଁରେ ଅଧିକ ଖାଇବା
ଟାଇମ୍‌ ହେଲ୍‌ଥ ମାଗାଜିନ୍‌ (ସ୍ୱାସ୍ଥ୍ୟ ସ୍ମରଣିକା) ଅନୁସାରେ ରେସ୍ତୋରାଁ ଖାଦ୍ୟରେ ୧୮ ପ୍ରତିଶତ ଅଧିକ କ୍ୟାଲୋରି ଥାଏ। ଯେଉଁଥିପାଇଁ ଓଜନ ବଢିଥାଏ।

ବାହାଘର ବା ପାର୍ଟିର ଫଙ୍କ୍‌ସନ୍‌ସ୍‌ରେ ଅଧିକ ଖାଇଦେବା
ପାର୍ଟି ଓ ଫଙ୍କ୍‌ସନ୍‌ସ୍‌ରେ ଲୋକେ ଅଧିକ ଖାଇ ଦିଅନ୍ତି। ଏହାଦ୍ୱାରା ମଧ୍ୟ ଓଜନ ବଢିଥାଏ।

  • Related Posts

    ଉପବାସ ସମୟରେ କ’ଣ ଖାଇବେନି

    ବିଭିନ୍ନ ପର୍ବପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି। ସାଧାରଣତଃ ଉପବାସକୁ ଭକ୍ତିଭାବ ସହ ଯୋଡ଼ା ଯାଇଥାଏ। ଏହାଦ୍ବାରା ଆମର ଓଜନ ହ୍ରାସ ପାଇଥାଏ ବୋଲି କିଛି ଲୋକ ବିଶ୍ବାସ କରିଥାନ୍ତି। ବିଜ୍ଞାନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ଉପବାସ ସ୍ବାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଏ।…

    Continue reading
    ଫଳରୁ ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ

    ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍‌ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯେ, ଏହି ଷ୍ଟିକର୍‌ଗୁଡ଼ିକର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର