ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନିତ ହେବି ଭାବିନଥିଲି : ଅନୁଗୁଳିଆ ବଣ୍ଟି

ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ । ପୁଣି ଅପମାନିତ କଲେ। ମୁଁ ଜାଣି ପାରିଲିନି କଣ ପାଇଁ ମୋତେ ଡକାଇଥିଲେ । ମଞ୍ଚ ତଳେ ୩ ଘଣ୍ଟା ଧରି ବସାଇଲେ । ଷ୍ଟେଜରେ ଚଢିବାକୁ ଦିଆଗଲାନି। ହଠାତ କହିଲେ ପ୍ରୋଗ୍ରାମ ବନ୍ଦ ହେଲା । ପିଲା ପଚାରିବାରୁ କାର୍ଯ୍ୟକ୍ରମ ସରିଗଲା ବୋଲି କହିଲେ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏମିତି କ୍ଷୋଭଭରା ଏବଂ ଦୁଃଖର ସହ କହିଛନ୍ତି ପରିଚିତ ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି ।
ସେ କହିଛନ୍ତି, ଯିଏ ମୋତେ ଫୋନ କରିଥିଲେ, ତାଙ୍କୁ ଫୋନ କଲି । ହେଲେ କେହି କିଛି ଉତ୍ତର ଦେଲେନି । ବହୁତ କଷ୍ଟ ଲାଗିଲା । ଶେଷରେ କଷ୍ଟର ସହ ଏହି ଭିଡିଓରେ ଜଣାଉଛି । ହାତ ଫ୍ୟାକଚର ଥାଇ ବି ନଖାଇନପିଇ ମୁଁ ଅନୁଗୋଳ ଜିଲ୍ଲା ମହୋତ୍ସବ ପ୍ରୋଗ୍ରାମକୁ ଆସିଥିଲି । ମୋତେ ସମ୍ମାନିତ କରାଯିବ ବୋଲି କୁହାଗଲା । ହେଲେ ଏଠାକୁ ଆସି ଯେଉଁଭଳି ଅପମାନ କରାଗଲା ତାହା କେବେ ଆଶା କରିନଥିଲି । କଳାକାରକୁ ନ ଡାକନ୍ତୁ, କିନ୍ତୁ ଡାକି କି ଏମିତି ଅପମାନ କରନ୍ତୁ ନାହିଁ । କଳାକାରଙ୍କୁ ସମ୍ମାନ ଦିଅନ୍ତୁ । ଯଦି ଷ୍ଟେଜରେ ଚଢିବାକୁ ଦେବେନି ତେବେ ଡାକୁଛନ୍ତି କଣ ପାଇଁ, କହିଛନ୍ତି ପରିଚିତ ୟୁଟ୍ୟୁବର ବଣ୍ଟି। ସୂଚନା ଅନୁଯାୟୀ, ଚାରି ଦିନ ଧରି ଅନୁଗୋଳ ମହୋତ୍ସବ ଆୟୋଜନ ହେଉଛି । ଶନିବାର ଚର୍ଚ୍ଚିତ ଓଡିଆ ୟୁଟ୍ୟୁବର ବଣ୍ଟି ଓରଫ ଫନି ଅନୁଗୁଳିଆଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା । ହାତ ଭାଙ୍ଗିଥିବା ସତ୍ତ୍ୱେ ବି ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ମହୋତ୍ସବ କର୍ତ୍ତୃପକ୍ଷ ତାଙ୍କୁ ଏମିତି ଅପମାନିତ କରିବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ତାଙ୍କର ଏହି ଭିଡିଓ ପୋଷ୍ଟ ବର୍ତ୍ତମାନ ସୋସିଆ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଅନୁଗୋଳ ଜିଲ୍ଲା ପ୍ରଶାସନକୁ ଲୋକେ ନିନ୍ଦା କରିବ ସହ ସମାଲୋଚନା କରୁିଥିବା ଦେଖିବାକୁ ମିଳିଛି ।

  • Related Posts

    ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସ୍ମାର୍ଟ ରେଳଷ୍ଟେସନ ହେବ ବ୍ରହ୍ମପୁର

    ଗଞ୍ଜାମ,୨୩.୦୪.୨୦୨୬:ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାର ଜୀବନରେଖା ବ୍ରହ୍ମପୁର ରେଳଷ୍ଟେସନ ଏବେ ଆଧୁନିକ ରୂପ ନେବ। ପ୍ରାୟ ୩୦୦ କୋଟି ଟଙ୍କାର ବୃହତ୍ ପୁନର୍ବିକାଶ ଯୋଜନା ସହ, ଏହି ବ୍ୟସ୍ତ ରେଳ ହବ୍‌ଟି ସ୍ମାର୍ଟ ଏବଂ…

    Continue reading
    କର୍ମଚାରୀମାନଙ୍କ ନିରାପତ୍ତା ନିମନ୍ତେ ଜନଗଣନା ଏସଓପି ଜାରି କଲେ ରାଜ୍ୟ ସରକାର, ବାଧା ସୃଷ୍ଟି କଲେ ହେବ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ବର,୨୩।୦୪।୨୦୨୬: ଜନଗଣନା-୨୦୨୭ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛିl ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜନଗଣନା କରାଯିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର