ବେଙ୍ଗାଲୁରୁ ବିପକ୍ଷରେ ୪ ୱିକେଟ୍‌ରେ ଜିତିଲା ଗୁଜରାଟ

ଅହମଦାବାଦ: ଘରୋଇ ମାଟିରେ ଗୁଜରାଟ ଟାଇଟନ୍ସ ଆଜି ରୟାଲ ‌ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୨ତମ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁରୁବାର ସନ୍ଧ୍ୟାରେ ବେଙ୍ଗାଲୁରୁ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୫ ରନ୍‌ କରିଥିଲା। ବେଙ୍ଗାଲୁରୁ ପାଇଁ ଜାକୋବ ବେଥେଲ ଏବଂ ବିରାଟ କୋହଲି ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ ପାଇଁ ୩୪ ରନ୍‌ ଭାଗିଦାରୀ କରିଥିଲେ। ଏଥିରେ ଜାକୋବଙ୍କ ବ୍ୟକ୍ତିଗତ ସ୍କୋର ୫ ରନ୍‌ ଥିଲା, ଯିଏକି ଗୋଟିଏ ଚୌକା ମାଧ୍ୟମରେ ଏହା ସଂଗ୍ରହ କରିଥିଲେ। ଗୁଜରାଟର ଦ୍ବିତୀୟ ଶିକାର ହୋଇଥିଲେ ବିରାଟ କୋହଲି। ସେ ଆଉଟ୍‌ ହୋଇ ପାଭିଲିଅନ ଫେରିଯିବା ପୂର୍ବରୁ ବ୍ୟକ୍ତିଗତ ଭାବେ ୨୮ ରନ୍‌ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍‌ର ସାମ୍ନା କରି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶୁବମନ ଗିଲ୍‌ଙ୍କ ଦଳ ୧୫.୫ ଓଭରରେ ୬ ୱିକେଟ୍‌ ହରାଇ ୧୫୮ ରନ୍‌ ସଂଗ୍ରହ କରିଛି। ଶୁବମନ ଗିଲ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଗିଲ୍‌ ୧୮ଟି ବଲ୍‌ର ସାମ୍ନା କରିଥିଲେ, ଯେଉଁଥିରେ ସେ ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ।
ରଣନୀତି ହିସାବରେ ଗୁଜରାଟ ବ୍ୟାଟିଂ କରିଥିଲା। ପ୍ରଥମ ୱିକେଟ୍‌ ପାଇଁ ସାଈ ସୁଦର୍ଶନ ଏବଂ ଶୁବମନ ଗିଲ ୪୨ ରନ୍‌ର ଭାଗିଦାରୀ କରିଥିଲେ। ଏଥିରେ ସୁଦର୍ଶନଙ୍କର ବ୍ୟକ୍ତିଗତ ସ୍କୋର ୬ ରନ୍‌ ଥିଲା। ସେ ଗୋଟିଏ ଚୌକା ମାରିଥିଲେ। ବେଙ୍ଗାଲୁରୁର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ସେତେବେଳକୁ ଦଳର ସ୍କୋର ୫୭ ରନ୍‌ରେ ପହଞ୍ଚି ଥିଲା। ଗୁଜରାଟ ୯୨ ରନ୍‌ରେ ଜୋସ ବଟଲର, ୧୦୯ ରନ୍‌ରେ ଶାହରୁଖ ଖାନ ଏବଂ ୧୧୫ ରନ୍‌ରେ ୱାସିଂଟନ ସୁନ୍ଦରଙ୍କୁ ହରାଇଥିଲା।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ