
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ର ଆତ୍ମହତ୍ୟା ନେଇ ଜଣାପଡ଼ିଛି । ଛାତ୍ର ମୃତ୍ୟୁକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି । ଜୀବନ ହାରିଥିବା ଛାତ୍ର ଜଣକ B.Tech ପ୍ରଥମ ବର୍ଷର ଛାତ୍ର ଥିଲେ । ଘଟଣାସ୍ଥଳରେ ପହଞ୍ଚି ଇନ୍ଫୋସିଟି ଥାନା ପୁଲିସ ତଦନ୍ତ କରୁଛି । ତେବେ ଛାତ୍ର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ମୃତ ଛାତ୍ରକୁ ଚନ୍ଦ୍ରଶେଖରପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇଁ ପରିବାର ଲୋକ ପହଞ୍ଚିଛନ୍ତି ।
