ଭୁବନେଶ୍ୱର,୦୪/୦୫:ରଖେ ହରିମାରେ କିଏ । ମାତ୍ର ୨ ବର୍ଷର କଁଅଳ ଶିଶୁ । ହୁଏତ ଠିକ୍ରେ ଚାଲିବା ବି ଶିଖି ନଥିବ । ହେଲେ ହିଂସ୍ର ଜନ୍ତୁ ଭର୍ତ୍ତି ହୋଇଥିବା ଜଙ୍ଗଲ ଭିତରେ ମରିବା ପାଇଁ ଛାଡି ଦେଇ ଆସିଥିବା ଅବିବେକ ମଣିଷ ବି କେବେ ଭାବି ନଥିବ ଯେ ପିଲାଟି ଜୀବନ ନେଇ ଫେରିବ । ଏଭଳି ଘଟଣା ଦେଖିଲେ ଭଗବାନଙ୍କ ଚମତ୍କାର ଆଗରେ ଆପେ ମଥା ନଇଁ ଯାଏ । ଦୀର୍ଘ ୨୦ ଘଣ୍ଟା ଏକୁଟିଆ ଚାଲିଚାଲି ୨ କିଲୋମିଟର ବାଟ ଡେଇଁ ଏକ ବର୍ଡର ପର୍ଯ୍ୟନ୍ତ ପହଞ୍ଚିବା ପରେ ମଧ୍ୟପ୍ରଦେଶର ବେଗମଗଞ୍ଜ ଥାନା ଅଧିକାରୀ ପିଲାଟିକୁ ଉଦ୍ଧାର କରିଛନ୍ତି । ଏଭଳି ଅବସ୍ଥାରେ ଶିଶୁଟି ବଞ୍ଚି ରହିବା କୌଣସି ଚମତ୍କାର ଠାରୁ କମ୍ ନୁହେଁ ବୋଲି କହନ୍ତି ବେଗମଗଞ୍ଜର ପୋଲିସ୍ ଅଧିକାରୀ ସୋନାଲି ଗୁପ୍ତା । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ହାଇଦରଗଡ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ପିଲାକୁ ଜଙ୍ଗଲରେ ପଶୁଙ୍କ ଆହାର ହେବା ପାଇଁ ଛାଡି ଆସିଥିବା ସଇତାନ୍ ବାପାକୁ ପୋଲିସ୍ ଗିରଫ୍ କରିଛି । ଶିଶୁ ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।
ମେ ମାସର ତିନିଟି ସରଳ ଉପାୟ ଆଣିବ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ
ଭୁବନେଶ୍ୱର: ଆସନ୍ତା ମେ ମାସରେ ସମୟ ପରିଚାଳନା ଓ ବ୍ୟକ୍ତିଗତ ଜୀବନରେ ସମନ୍ୱୟ ଆଣିବା ପାଇଁ କିଛି ସରଳ ଉପାୟ ବା ଛୋଟ ଅଭ୍ୟାସଗୁଡ଼ିକ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ୧: ସରଳ ଘଣ୍ଟା…
