ତାମିଲନାଡୁ,୦୪/୦୫:ତାମିଲନାଡୁରେ ଏବେ ଚାଲିଛି ଭୋଟ ଗଣତି । ଏଯାବତ୍ ଗଣତି ହୋଇଥିବା ଆସନରେ ଡିଏମକେ ୫୪ ଆସନରେ ଆଗେଇ ଥିବାବେଳେ ଏଆଇଡ଼ିଏମକେ ୨୮ ଆଗେଇଛି । ଯେତେବେଳେକି ୩୨ ଆସନରେ ବିଜୟଙ୍କ ଟିଭିକେ ଆଗେଇଛି । ଯଦି ଏଭଳି ଧାରା ଜାରି ରହେ ତେବେ ଟିଭିକେ କିଙ୍ଗମେକର ଭୂମିକାରେ ରହିପାରେ ।
ଅପରପକ୍ଷରେ ପଶ୍ଚିମବଙ୍ଗରେ କଡ଼ା ଟକ୍କର ଲାଗିରହିଛି । ବିଜେପି ୧୧୮ ଓ ଟିଏମସି ୧୦୭ ଆସନରେ ଆଗେଇଛି । ସେହିପରି କେରଳରେ ଏଲଡ଼ିଏଫ ଓ ୟୁଡ଼ିଏଫ ମଧ୍ୟରେ ବି କଡ଼ା ଲଢେ଼ଇ ଦେଖିବାକୁ ମିଳିଛି ।
ଭବାନୀପୁରରେ ହାରିଲେ ମମତା
ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…


