
ତାମିଲନାଡୁରେ ବଡ଼ ହଲଚଲ ସୃଷ୍ଟିହୋଇଛି । ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ପଛରେ ପକାଇ ଦେଇଛନ୍ତି ସୁପରଷ୍ଟାର ବିଜୟ । ନିର୍ବାଚନ ପୂର୍ବରୁ ପ୍ରତିକୂଳ ସ୍ଥିତିର ସାମ୍ନା କରୁଥିଲେ ବିଜୟ । ହେଲେ ତାମିଲନାଡୁର ଲୋକେ ଟିଭିକେକୁ ପସନ୍ଦ କରିଛନ୍ତି । ପ୍ରାରମ୍ଭିକ ଗଣତି ବେଳେ ଟିଭିକେ ୭୫ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ଯେତେବେଳେକି ଡିଏମକେ ୬୮ ଆସନରେ ଆଗୁଆ ରହିଛି ।
ତାମିଲନାଡୁରେ ଏବେ ଚାଲିଛି ଭୋଟ ଗଣତି । ଏଯାବତ୍ ଗଣତି ହୋଇଥିବା ଆସନରେ ଡିଏମକେ ୫୪ ଆସନରେ ଆଗେଇ ଥିବାବେଳେ ଏଆଇଡ଼ିଏମକେ ୨୮ ଆଗେଇଛି । ଯେତେବେଳେକି ୩୨ ଆସନରେ ବିଜୟଙ୍କ ଟିଭିକେ ଆଗେଇଛି । ଯଦି ଏଭଳି ଧାରା ଜାରି ରହେ ତେବେ ଟିଭିକେ କିଙ୍ଗମେକର ଭୂମିକାରେ ରହିପାରେ ।
ଅପରପକ୍ଷରେ ପଶ୍ଚିମବଙ୍ଗରେ କଡ଼ା ଟକ୍କର ଲାଗିରହିଛି । ବିଜେପି ୧୧୮ ଓ ଟିଏମସି ୧୦୭ ଆସନରେ ଆଗେଇଛି । ସେହିପରି କେରଳରେ ଏଲଡ଼ିଏଫ ଓ ୟୁଡ଼ିଏଫ ମଧ୍ୟରେ ବି କଡ଼ା ଲଢେ଼ଇ ଦେଖିବାକୁ ମିଳିଛି ।


