୭ରେ ଶପଥ ନେବେ ଥାଲାପତି ବିଜୟ

ଭୁବନେଶ୍ବର:ଏକଦା ନିଜ ସିନେମା କ୍ୟାରିଅରରୁ ଅବସର ଘୋଷଣା କରିବା ସମୟରେ ବିଜୟ କହିଥିଲେ , ଅଧାହୃଦୟରେ ମୁଁ ରାଜନୀତି କରିପାରିବି ନାହିଁ ସେଥିପାଇଁ ମୁଁ ସିନେମାରୁ ଅବସର ଗ୍ରହଣ କରୁଛି । କିନ୍ତୁ ତାଙ୍କର ଜନନାୟଗନ୍‌ ସିନେମାକୁ ସେନ୍‌ସର ବୋର୍ଡ ଅଟକାଇ ଦେଲେ, ହେଲେ ଥାଲାପତି ବିଜୟ ରାଜନୀତି ଫିଲ୍ଡରେ ବି ପ୍ରମାଣିତ କଲେ ଯେ ସେ କେବଳ ଜଣେ ବ୍ୟକ୍ତି ନୁହଁନ୍ତି-ସୁନାମୀ; ସୁନାମୀକୁ ଅଟକାଯାଇପାରିବ ନାହିଁ ।
ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଲେ, ଜଳକା କରିଲା ଭଳି ସଫଳତା ପାଇଲେ। ମାତ୍ର ୨ ବର୍ଷ ତଳେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିବା ଦଳର ସଭାପତି ଭାବେ ଥାଲାପତି ବିଜୟ ହେବାକୁ ଯାଉଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ । କୌଣସି ସିନେମା ଠାରୁ କମ୍‌ ଭଳି ଲାଗୁନାହିଁ ଥାଲାପତି ବିଜୟଙ୍କର ଏହି ରାଜନୈତିକ ଯାତ୍ରା । ଏମ୍‌ କେ ଷ୍ଟାଲିନ୍‌ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ୨୩୪ ସିଟ୍‌ ଥିବା ତାମିଲନାଡୁ ବିଧାନସଭାରେ ସରକାର ଗଢ଼ିବା ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ବିଜୟଙ୍କ ଦଳରେ ୧୦୮ ଜଣ ବିଧାୟକ ଥିବାବେଳେ କଂଗ୍ରେସ ଦଳର ୫ ଜଣ ବିଧାୟକ ମଧ୍ୟ ବିଜୟଙ୍କୁ ସମର୍ଥନ କରିବେ ବୋଲି କେ.ସି. ଭେନୁଗୋପାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଟିଭିକେ ସଭାପତି କଂଗ୍ରେସକୁ ତାମିଲନାଡୁରେ ଏକ ସେକ୍ୟୁଲାର ସରକାର ଗଢ଼ିବା ପାଇଁ ସମର୍ଥନ ମାଗିଥିଲେ ଏବଂ ତାମିଲନାଡୁରେ କଂଗ୍ରେସ ଟିଭିକେକୁ ସମର୍ଥନ କରିବ ବାକି ଆଉ ୫ଟି ସମର୍ଥନ ଯୋଗାଡ କରିବାରେ ବିଜୟ ସଫଳ ହୋଇଛନ୍ତି । ଆଜି ରାତିରେ ବିଜୟ ତାମିଲନାଡୁ ଗଭର୍ଣ୍ଣରଙ୍କୁ ଭେଟି ସରକାର ଗଢ଼ିବା ପାଇଁ ନିବେଦନ କରିଛନ୍ତି ।

  • Related Posts

    ଆଇଆଇଟି ମାଡ୍ରାସ ‘ଟେକ୍ନୋଲୋଜି ସମିଟ୍ -୨୦୨୬’: ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ – ଧର୍ମେନ୍ଦ୍ର ପ୍ରଧାନ

    • କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ର. ଭି. କାମାକୋଟି ଉପସ୍ଥିତ • ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କ ସହ ଆଲୋଚନା କଲେ • ଭାରତକୁ ଡିପ୍-ଟେକ୍…

    Continue reading
    ପାର୍ଟନର ସହିତ ଫୋନ୍ ପାସୱାର୍ଡ ସେୟାର କରିବା ଠିକ୍ କି… ଏଥିରେ କ’ଣ ସଂପର୍କ ମଜବୁତ ହୁଏ?

    ଏକ ସୁସ୍ଥ ଏବଂ ସୁଦୃଢ଼ ସମ୍ପର୍କର ମୂଳଦୁଆ ପାରସ୍ପରିକ ବିଶ୍ୱାସ ଏବଂ ସ୍ୱଚ୍ଛତା ଉପରେ ନିର୍ଭର କରେ। ତଥାପି, ଆଜିର ଡିଜିଟାଲ ଯୁଗରେ, ଫୋନ୍ ପାସୱାର୍ଡ ସେୟାର କରିବା ବିଶ୍ୱାସର ଏକ ମାନଦଣ୍ଡ ପାଲଟିଛି। ଅନେକ ଲୋକ ଦ୍ୱନ୍ଦ୍ୱରେ ଯେ ଏହା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ