ଅନିଶ୍ଚିତତା ମଧ୍ୟରେ ବିଜୟଙ୍କ ନେତୃତ୍ବରେ ନୂଆ ସରକାର ଗଠନ

ଚେନ୍ନଇ : ତାମିଲନାଡୁରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଦୋଦୁଲ୍ୟମାନ ଅବସ୍ଥାକୁ ଚାଲିଯାଇଛି। ଗୁରୁବାର ତଲାପତି ବିଜୟଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେବାକୁ ଥିବାବେଳେ ଏହା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ବିଜୟଙ୍କ ନେତୃତ୍ବାଧୀନ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ବୃହତ୍ ଦଳ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛି। ମାତ୍ର ଟିଭିକେ ପାଖରେ ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ନଥିବାରୁ ରାଜ୍ୟପାଳ ତାଙ୍କୁ ସରକାର ଗଠନ ଅନୁମତି ଦେଇ ନାହାନ୍ତି। ଟିଭିକେ ୧୦୮ଟି ଆସନରେ ବିଜୟୀ ହୋଇଥିବାବେଳେ ଏହା ପାଖରେ ୧୦୭ ବିଧାୟକ ଅଛନ୍ତି। କାରଣ ବିଜୟ ନିଜେ ଦୁଇଟି ଆସନ ପେରାମ୍ବୁର ଓ ତିରୁଚି ଇଷ୍ଟରୁ ବିଜୟୀ ହୋଇଛନ୍ତି। ତେଣୁ ତାଙ୍କର ସ୍ବାକ୍ଷରକୁ ଜଣେ ବିଧାୟକଙ୍କ ସ୍ବାକ୍ଷର ବିବେଚନା କରାଯାଇଛି। ଏହାଦ୍ବାରା ଟିଭିକେ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ଥିବାବେଳେ କଂଗ୍ରେସର ୫ ବିଧାୟକ ସମର୍ଥନ ଦେଇଛନ୍ତି। ବିଜୟଙ୍କ ନେତୃତ୍ବରେ ଟିଭିକେ ୧୧୨ ବିଧାୟକଙ୍କ ସମର୍ଥନ ପତ୍ର ସହିତ ସରକାର ଗଠନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଦାବି ଜଣାଇଥିଲେ। ମାତ୍ର ରାଜ୍ୟପାଳ ଆର୍ଲେକର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ବିଧାୟକ ଅର୍ଥାତ୍ ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ଦେବାକୁ କହିଛନ୍ତି। ଏପରି ସ୍ଥିତିରେ ବିଜୟ ଅବଶିଷ୍ଟ ୬ ବିଧାୟକ ଯୋଗାଡ କରିବାରେ ଲାଗିଛନ୍ତି। ତେଣୁ ଗୁରୁବାର (ମେ’ ୭)ରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏକ ପ୍ରକାର ଅନିଶ୍ଚିତ ହୋଇପଡିଛି। ଟିଭିକେକୁ ସରକାର ଗଠନ ପାଇଁ ଅନ୍ୟ କୌଣସି ଦଳ ସମର୍ଥନ ଘୋଷଣା କରି ନାହାନ୍ତି। ତାମିଲନାଡୁ ନିର୍ବାଚନରେ ଡିଏମ୍‌କେ ଏକାକୀ ୫୯ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୫, ଭିସିକେ, ସିପିଆଇ, ସିପିଆଇ(ଏମ୍) ଓ ଆଇୟୁଏମଏଲ୍‌ ୨ଟି ଲେଖାଏଁ ଓ ଡିଏମ୍‌ଡିକେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସେହିପରି ଏଆଇଆଇଡିଏମ୍‌କେ ୪୭ଟି ଆସନରେ ବିଜୟୀ ହୋଇଥିବାବେଳେ ଏହାର ସହଯୋଗୀ ଦଳ ପିଏମ୍‌କେ ୪, ଏଏମ୍ଏମ୍‌କେ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

  • Related Posts

    ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦବେଗ

    ଭୁବନେଶ୍ୱର: ବିଜୁ ଜନତା ଦଳର ଅନୁସୂଚିତ ଜନଜାତି (ଏସ୍ଟି) ସେଲ୍ର ପ୍ରଥମ ବୈଠକ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନ ଠାରେ ଏସ୍ଟି ସେଲ୍ର ସଭାପତି ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ…

    Continue reading
    ଛାତ୍ର ସଂସଦ ନିର୍ବାଚନରେ ବିଜେପିର ଅରାଜକତା ଗଣତନ୍ତ୍ରକୁ ହତ୍ୟା କରୁଛି: ବିଜେଡି

    ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି କ୍ୟାମ୍ପସ ରାଜନୀତିରେ ସରକାରୀ ହସ୍ତକ୍ଷେପ ବନ୍ଦ ହେଉ ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି । ବିଜେପି ବିଧାୟକ ଓ ମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ